Advertisment

ମହାପ୍ରଭୁ ଜଗନ୍ନାଥଙ୍କ ବିକୃତ କାର୍ଟୁନ୍ ପାଇଁ ଥାନାରେ ଏତଲା; ରଥ ଯାତ୍ରା ନେଇ ହୋଇକୋର୍ଟ କହିଲେ...

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ହାଇକୋର୍ଟ କରୋନା ମୁକାବିଲା ନେଇ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମାବଳୀକୁ ଦେଖି ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ରଥଯାତ୍ରା ବନ୍ଦ କରିବା ଲାଗି ହାଇକୋର୍ଟରେ […]

ମହାପ୍ରଭୁ ଜଗନ୍ନାଥଙ୍କ ବିକୃତ କାର୍ଟୁନ୍ ପାଇଁ ଥାନାରେ ଏତଲା; ରଥ ଯାତ୍ରା ନେଇ ହୋଇକୋର୍ଟ କହିଲେ...

odsha

Advertisment

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ହାଇକୋର୍ଟ କରୋନା ମୁକାବିଲା ନେଇ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମାବଳୀକୁ ଦେଖି ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ରଥଯାତ୍ରା ବନ୍ଦ କରିବା ଲାଗି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି।

Advertisment

ମହାପ୍ରଭୁ ଜଗନ୍ନାଥଙ୍କୁ ବିକୃତ କରି ଏକ କାର୍ଟୁନ୍ ଚିତ୍ର ପ୍ରକାଶ କରିଥିବା ସଂସ୍ଥା ବିରୋଧରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ହୋଇଛି। ଏବେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଅଣସର ଘରେ ଥିବା ସମୟରେ ଏହାକୁ କ୍ୱାରେଣ୍ଟିନ ବୋଲି ଦର୍ଶାଇ ପତ୍ରିକା ଡଟ୍ କମ୍ ନାମକ ଏକ ସଂସ୍ଥା ପୋଷ୍ଟ କରିଥିବା କାର୍ଟୁନ୍ ଚିତ୍ରକୁ ନେଇ ଆପତ୍ତି ଉଠାଇଛନ୍ତି ଯାତ୍ରା ଅଭିନେତା ପିୟୂଷ ତ୍ରିପାଠୀ। ସେ ଅଭିଯୋଗ କରିଛନ୍ତି ଏଭଳି କାର୍ଟୁନ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେବା ସହ ଜଗନ୍ନାଥ ଏବେ କ୍ୱାରେଣ୍ଟିନ୍ ଥିବା କୁହାଯିବା ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ। ତେଣୁ ଯିଏ ଏଭଳି କାର୍ଟୁନ୍ ପ୍ରସ୍ତୁତ ଓ ପୋଷ୍ଟ କରିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀୟୂଷ। ପୂର୍ବରୁ ସେବାୟତ, ସଂସ୍କୃତି ଗବେଷକ ଓ ଭକ୍ତ ମହଲରେ ମଧ୍ୟ ଏହାକୁ ନେଇ ଆପତ୍ତି ଉଠିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ