/odishatv-khabar/media/post_attachments/uploadimage/library/16_9/16_9_0/assembly-2_1625096207.jpg)
assembly
ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୦-୨୧ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍। ବିରୋଧୀଙ୍କ ହୋହଲ୍ଲା ଭିତରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅତିରିକ୍ତ ବଜେଟରେ ୧୧ ହଜାର ୨ଶହ କୋଟିର ବ୍ୟୟ ବରାଦ ପ୍ରସ୍ତାବ ରହିଛି। ଏହା ମଧ୍ୟରୁ ପ୍ରଶାସନିକ ବ୍ୟୟ ବାବଦକୁ ୨ ହଜାର ୨ଶହ ୭୩ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭ ହଜାର ୪ଶହ ୩୮ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୧ ହଜାର ୪ଶହ ୮୪ କୋଟି ଟଙ୍କା ଓ ରାଜ୍ୟ ବଜେଟ୍ରୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ବାବଦକୁ ୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୭୬୮ କୋଟି ୭୭ ଲକ୍ଷ, ପଞ୍ଚାୟତିରାଜ ବିଭାଗ ପାଇଁ ୨ ହଜାର ୪୬ କୋଟି ୧୧ ଲକ୍ଷ ଓ ଅର୍ଥ ବିଭାଗ ପାଇଁ ୨ ହଜାର ୩ ୬୩ କୋଟି ବ୍ୟୟ ବରାଦ କରାଯାଇଛି। କୋଭିଡ୍ ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାରେ ଗଭୀର ପ୍ରଭାବ ପଡ଼ିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ହସ୍ତାନ୍ତର କମି ଯାଇଥିବାରୁ ମୋଟ ରାଜସ୍ୱ ପ୍ରାପ୍ତି ପ୍ରାୟ ୬ ଦଶମିକ ୫ ପ୍ରତିଶତ ହ୍ରାସ ପାଇଛି।
ତେବେ ଏହି ଅବଧି ମଧ୍ୟରେ ରାଜ୍ୟର ନିଜସ୍ୱ ରାଜସ୍ୱ ୧.୭ ପ୍ରତିଶତ ବୃଦ୍ଧି ପାଇଛି। ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ବଳକା ରାଜସ୍ୱ ୬ ହଜାର ୭ ଶହ ୯୦ କୋଟି। ତେବେ ସମୁଦାୟ ଋଣଭାର ୯୭ ହଜାର ୮ଶହ ୨୩ କୋଟି ରହିଛି, ଯାହା ସାମଗ୍ରୀକ ରାଜ୍ୟ ଘରୋଇ ଉତ୍ପାଦର ୧୬.୪ ପ୍ରତିଶତ। ଋଣ ଉପରେ ନିର୍ଭରଶୀଳତା କମାଇବା ପାଇଁ ବକେୟା ରାଜସ୍ୱ ଆଦାୟ ଓ ସମ୍ବଳ ପ୍ରତ୍ୟାବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଉଥିବା ଅର୍ଥ ମନ୍ତ୍ରୀ କହିଛନ୍ତି। ବଜେଟ ଉପସ୍ଥାପନ ପରେ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)