Advertisment

‘କରୋନା’ ସୂଚନା ଦେବେ ଲୋକ , ନମ୍ୱର ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ‘କରୋନା’ ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ଦ୍ୱିତୀୟ ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ଜାରି କରିଛନ୍ତି ଆଡଭାଇଜରି। ଓଡ଼ିଶା ଆସିଥିବା ଚୀନ, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରର ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ ପାଇଁ ଆଡଭାଇଜରି ଜାରି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ ପରେ ପରବର୍ତ୍ତୀ କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ୪ଟି ସ୍ଥାନରୁ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ […]

‘କରୋନା’ ସୂଚନା ଦେବେ ଲୋକ , ନମ୍ୱର ଜାରି କଲେ ରାଜ୍ୟ ସରକାର

karona

Advertisment

ଭୁବନେଶ୍ୱର: ‘କରୋନା’ ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ଦ୍ୱିତୀୟ ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ଜାରି କରିଛନ୍ତି ଆଡଭାଇଜରି। ଓଡ଼ିଶା ଆସିଥିବା ଚୀନ, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରର ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ ପାଇଁ ଆଡଭାଇଜରି ଜାରି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ ପରେ ପରବର୍ତ୍ତୀ କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ୪ଟି ସ୍ଥାନରୁ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସୂଚନା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣକୁ ସୂଚନା ପାଇଁ ଦିଆଯାଇଥିବା ଫୋନ ନମ୍ବର ହେଲା ୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭, ୯୪୩୯୯୯୧୨୨୧ ଓ ୯୪୩୭୦୪୦୫୬୪।

Advertisment

ଆଜି କେରଳରେ ଚିହ୍ନଟ ହୋଇଛି ଦ୍ୱିତୀୟ କରୋନା ଭାଇରସ ଆକ୍ରାନ୍ତ। ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ତାଙ୍କୁ ଏହି ଭୂତାଣୁ ବ୍ୟାପିଥିବା ଜଣାପଡ଼ିଛି। ଅନ୍ୟପଟେ ‘କରୋନା’ ଭାଇରସର କେନ୍ଦ୍ରସ୍ଥଳ ଚୀନ୍‌ରେ ଉହାନ ସହରରୁ ଆଜି ଏୟାର ଇଣ୍ଡିଆ ବିମାନ ଯୋଗେ ୩୨୩ ଜଣଙ୍କୁ ଉଦ୍ଧାର କରାଯାଇ ଦିଲ୍ଲୀ ଅଣାଯାଇଛି। ଏହି ବିମାନରେ ୭ ମାଳଦ୍ୱୀପ ନାଗରିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ପୂର୍ବରୁ ୩୨୪ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା। ଦୁଇଟି ଯାକ ପର୍ଯ୍ୟାୟରେ ମୋଟ୍ ୬୪୭ ଜଣଙ୍କୁ ଏୟାର ଲିଫ୍‌ଟ କରାଯାଇଥିବା ବେଳେ ତା’ ମଧ୍ୟରେ ୨୧୧ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଉଦ୍ଧାର ହୋଇଥିବା ସମସ୍ତଙ୍କୁ ଦିଲ୍ଲୀରେ ସ୍ୱତନ୍ତ୍ର ଭାବେ ରଖାଯାଇଛି। ଦେଶରେ ସଂଦିଗ୍ଧ ୧୩୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨ଟି ପଜିଟିଭ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ