Advertisment

Deep-Fry Danger: ରାଜ୍ୟ ସରକାରକୁ ଜଙ୍କ୍ ଫୁଡ୍ ଓ ତେଲ ଚିନ୍ତା, ସତର୍କ କରିବ ତେଲ ବୋର୍ଡ

ସବୁ ଅଙ୍ଗନବାଡି ସେଣ୍ଟର ଓ ଶିଶୁ ଯତ୍ନ କେନ୍ଦ୍ରରେ ଲାଗିବ ତେଲ ବୋର୍ଡ। କେଉଁ ଖାଦ୍ୟରେ କେତେ ତେଲ ଅଛି ଦର୍ଶାଇବାକୁ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ବୋର୍ଡ ଲଗାଇବା ପାଇଁ ନିର୍ଦ୍ଦେଶ।

Oil Awareness Boards

Oil Awareness Boards Photograph: (OTV)

Advertisment

ରାଜ୍ୟ ସରକାରଙ୍କୁ ଜଙ୍କ୍ ଫୁଡ୍ ଓ ତେଲ ଚିନ୍ତା। ତେଲ ବୋର୍ଡ ଲଗାଇବେ ସରକାର। କେଉଁ ଖାଦ୍ୟରେ କେତେ ତେଲ ଅଛି। ତାକୁ ଖାଇଲେ କଣ ହେବ । ସେନେଇ ତେଲ ବୋର୍ଡ ଜରିଆରେ ସଚେତନ କରାଯିବ । ଏ ନେଇ ସବୁ ଜିଲ୍ଲପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି ହୋଇଛି। 

Advertisment

ସମସ୍ତ ଅଙ୍ଗନବାଡି କେନ୍ଦ୍ର, ଶିଶୁ ଯତ୍ନ କେନ୍ଦ୍ର, ୱାନ ଷ୍ଟପ ସେଣ୍ଟର, ଶକ୍ତି ସଦନ, ଶକ୍ତି ନିବାସ ସହ ଘରୋଇ ପ୍ରତିଷ୍ଠାନରେ ଲାଗିବ ତେଲ ବୋର୍ଡ। ସିଙ୍ଗଡ଼ା, ପକୋଡ଼ି, ଆଳୁଚପ, ଛଣା ସେଉ, ମୁଡୁକି ଭଳି ଖାଦ୍ୟରେ କେତେ ପରିମାଣର ତେଲ ରହିଛି।ଯାହାକୁ ଖାଇଲେ ହୃଦ ରୋଗ, ମୋଟାପଣ, ଯକୃତ ରୋଗ ସହ ଉଚ୍ଚ ରକ୍ତ ଚାପ ହେବାର ସମ୍ଭାବନା ରହିଛି।  ଉଭୟ ଓଡିଆ ଏବଂ ଇଂରାଜୀରେ ଲାଗିବ ତେଲ ବୋର୍ଡ।

•    ରାଜ୍ୟ ସରକାରକୁ ଜଙ୍କ୍ ଫୁଡ୍ ଓ ତେଲ ଚିନ୍ତା
•    ଜିଲ୍ଲାପାଳମାନଙ୍କୁ ଚିଠି କଲା ମହିଳା ଓ ଶିଶୁ ବିକାଶ ବିଭାଗ
•    ସବୁ ଅଙ୍ଗନବାଡି ସେଣ୍ଟର ଓ ଶିଶୁ ଯତ୍ନ କେନ୍ଦ୍ରରେ ଲାଗିବ ତେଲ ବୋର୍ଡ
•    କେଉଁ ଖାଦ୍ୟରେ କେତେ ତେଲ ଅଛି ଦର୍ଶାଇବାକୁ କଡ଼ା ନିର୍ଦ୍ଦେଶ
•    ଉଭୟ ଓଡ଼ିଆ ଏବଂ ଇଂରାଜୀରେ ବୋର୍ଡ ଲଗାଇବା ପାଇଁ ନିର୍ଦ୍ଦେଶ
•    ଛଣା ଖାଦ୍ୟରେ କେତେ ତେଲ ବ୍ୟବହାର ହୋଇଛି ଦର୍ଶାଇବା ଜରୁରୀ

Advertisment
Odisha Government
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ