Gift Photograph: (OTV)
ପାର୍ବଣବେଳେ NO GIFT। କେନ୍ଦ୍ର ସରକାରଙ୍କ ପଲିସିକୁ ଆପଣାଇଲେ ରାଜ୍ୟ ସରକାର। ଅର୍ଥାତ ଦୀପାବଳି ଆସୁଥିବା ବେଳେ ସରକାରୀ ଅଫିସରେ କୌଣସି ଉପହାର ଦିଆନିଆକୁ ରାଜ୍ୟ ସରକାର ବାରଣ କରିଛନ୍ତି। ଏପରିକି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଗିଫ୍ଟ ଆଦାନପ୍ରଦାନ ଏବଂ ଏହାସହ ଜଡ଼ିତ ଖର୍ଚ୍ଚ ଉପରେ ରାଜ୍ୟ ସରକାର ରୋକ୍ ଲଗାଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏ ସଂପର୍କରେ ସୋସିଆଲ୍ ମିଡ଼ିଆରେ ଉଲ୍ଲେଖ କରିଛନ୍ତି। ତାଙ୍କ ଅଫିସକୁ କେହି ଉପହାର ଧରି ଯିବାକୁ ମନା କରିଛନ୍ତି ପ୍ରଭାତୀ। ପାର୍ବଣରେ କେନ୍ଦ୍ର ସରକାର ଆପଣାଇଛନ୍ତି NO GIFT ପଲିସି। ଗତ ସେପ୍ଟେମ୍ବର ୧୯ ତାରିଖର ନିର୍ଦ୍ଦେଶନାମାକୁ ପାଳନ କରି ରାଜ୍ୟ ସରକାର ନିଜର ସବୁ ସରକାରୀ ଅଫିସ୍ ପାଇଁ ‘ନୋ ଗିଫ୍ଟ ପଲିସି’ ସଂପର୍କରେ ଜାରି କରିଛନ୍ତି ନିର୍ଦ୍ଦେଶନାମା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/18/gift-2025-10-18-08-03-08.jpg)