Advertisment

କରୋନା ମୁକାବିଲା ଲାଗି ବଡ଼ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର

କରୋନାର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷ ଭାବେ ମେଡିକାଲ୍ ଓ ଟେଷ୍ଟିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର

author-image
Sarbeswar
ଅଦ୍ୟତନ ହୋଇଛି
କରୋନା ମୁକାବିଲା ଲାଗି ବଡ଼ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର

ACS

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷ ଭାବେ ମେଡିକାଲ୍ ଓ ଟେଷ୍ଟିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଦୁଇରୁ ଅଢ଼େଇ ମାସ ମଧ୍ୟରେ ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ ଏବଂ ମେଡିକାଲ୍ କଲେଜରେ ଅକ୍ସିଜେନ୍ ପିଏସ୍ଏ ଓ ଲିକ୍ୟୁଡ୍‌ ଅକ୍ସିଜେନ୍ ପ୍ଲାଣ୍ଟ ବ୍ୟବସ୍ଥା କରାଯିବ। ବିଶେଷ ଭାବେ ଶିଶୁଙ୍କୁ ଗୁରୁତ୍ୱ ଦେଇ ଅଧିକ ମେଡିକାଲ୍ ବେଡର ବ୍ୟବସ୍ଥା କରାଯାଉଛି।

Advertisment

ସେହିପରି ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ RTPCR ଲ୍ୟାବ୍ ଆସନ୍ତା ଦୁଇ ମାସ ମଧ୍ୟରେ ପ୍ରତିଷ୍ଠା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କରୋନା ମହାମାରୀର ଚିକିତ୍ସା ପାଇଁ DRDOର କରୋନା ନିରୋଧକ 2-DG ଔଷଧର ୫ ହଜାର ସାଚେ୍ର ଅର୍ଡର ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି। ଆସନ୍ତା ୭ରୁ ୧୦ ତାରିଖ ସୁଦ୍ଧା ଏହା ରାଜ୍ୟକୁ ମିଳିପାରେ ବୋଲି ଏସିଏସ୍ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଏବେ ଯାଏଁ ୨୫ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି କିନ୍ତୁ ସେମାନେ ବ୍ଳାକ୍ ଫଙ୍ଗସ୍ ଯୋଗୁଁ ନୁହେଁ, ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Corona Breaking News
Advertisment
Advertisment