Advertisment

ଛୁଟି ବଢିଲା, ୧୯ ଖୋଲିଥାନ୍ତା ଏବେ ୨୬ରେ ଖୋଲିବ ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ସବୁ ସରକାରୀ ସ୍କୁଲ ଖୋଲିବାର ଥିଲା। ମାତ୍ର ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଖରା ଛୁଟି ବଢ଼ାଇଛନ୍ତି ରାଜ୍ୟ ସରକାର। ଖରାଛୁଟି ଜୁନ୍ ୨୫ ଯାଏଁ ବଢ଼ିଛି। ୨୬ ତାରିଖରେ ସ୍କୁଲ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ସୌସୁମୀ ଆସିବାରେ ବିଳମ୍ୱ ହେଉଥିବାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଆଜି […]

ଛୁଟି ବଢିଲା, ୧୯ ଖୋଲିଥାନ୍ତା ଏବେ ୨୬ରେ ଖୋଲିବ ସ୍କୁଲ

school closed

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ସବୁ ସରକାରୀ ସ୍କୁଲ ଖୋଲିବାର ଥିଲା। ମାତ୍ର ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଖରା ଛୁଟି ବଢ଼ାଇଛନ୍ତି ରାଜ୍ୟ ସରକାର। ଖରାଛୁଟି ଜୁନ୍ ୨୫ ଯାଏଁ ବଢ଼ିଛି। ୨୬ ତାରିଖରେ ସ୍କୁଲ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର।

Advertisment

ସୌସୁମୀ ଆସିବାରେ ବିଳମ୍ୱ ହେଉଥିବାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଆଜି ରାଜଧାନୀ ଭୁବନେଶ୍ୱରରେ ପାଗ କାଉଁଳିଆ ଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ହେଉଛି। ଏପରିସ୍ଥିତିରେ ଛୋଟପିଲାମାନେ ସ୍କୁଲ ଯିବା ନିରାପଦ ନୁହେଁ। ସେଥିପାଇଁ ରାଜ୍ୟ ସରକାର ଖରା ଛୁଟି ବଢ଼ାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଆଜି ଅନେକ ବେସରକାରୀ ସ୍କୁଲ ଖୋଲି ଯାଲିଛି।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ