ଚାକିରି Photograph: (OTV)
ଆଉ ଦ୍ବନ୍ଦ୍ବରେ ରହିବନି ସରକାରୀ ଚାକିରି ଆଶାୟୀ ! ଏଣିକି ବୃଥା ହେବନି ପରୀକ୍ଷାର୍ଥୀଙ୍କ ପରିଶ୍ରମ ! ସରକାରଙ୍କ କଡ଼ା ତାଗିଦ, ହେବନି ପ୍ରଶ୍ନପତ୍ର ଲିକ୍ ! ପୂର୍ବରୁ ଅନେକ ପରୀକ୍ଷା ପୁର୍ବରୁ ପ୍ରଶ୍ନପତ୍ର ଲିକ ହୋଇଛି । ତେଣୁ ନିଯୁକ୍ତି ପରୀକ୍ଷା ବିଭ୍ରାଟ ରୋକିବାକୁ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ସରକାରୀ ପ୍ରେସରେ ପ୍ରଶ୍ନପତ୍ର ଛପାଯିବ ବୋଲି କୁହାଯାଇଛି । ପୋଲିସ ଓ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ପ୍ରିଣ୍ଟିଂ ହେବା ନେଇ ସବୁ ନିୟୋଜନ ସଂସ୍ଥା ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛି ସାଧାରଣ ପ୍ରଶାସନ ବିଭାଗ ।
ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାଙ୍କ ପାଇଁ ଜାରି ହୋଇଛି ସ୍ବତନ୍ତ୍ର ଗାଇଡଲାଇନ୍ । ପରୀକ୍ଷା ପରିଚାଳନାକାରୀ ସଂସ୍ଥାମାନେ ବାହାରେ ପ୍ରଶ୍ନପତ୍ର ପ୍ରିଣ୍ଟିଂ କରିପାରିବେ ନାହିଁ । ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଛପାଇବା ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ରିଣ୍ଟି ପ୍ରେସ ୟୁନିଟ ସ୍ଥାପନ କରିବେ । ପ୍ରଶ୍ନପତ୍ର ପ୍ରସ୍ତୁତିଠୁ ପରୀକ୍ଷା ହଲକୁ ଆସିବା ଯାଏଁ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ, ପୋଲିସ ଅଧିକାରୀ ଓ ଅନ୍ୟ ବିଭାଗର ଜଣେ ଅଧିକାରୀ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ପୋଲିସ ବିଭାଗ ପକ୍ଷରୁ ହେଉଥିବା ପରୀକ୍ଷାରେ ଜଣେ ଆଇଜି ରାଙ୍କର ଅଧିକାରୀ ଉପସ୍ଥିତ ରହିବେ । ଏବଂ ପ୍ରଶ୍ନପତ୍ରର ଉଭୟ ପଟେ ସିଲ୍ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।
ସେହିପରି ପ୍ରଶ୍ନପତ୍ର ଖୋଲିବା ସମୟରେ କରାଯିବ ଭିଡିଓଗ୍ରାଫି । ପରୀକ୍ଷା କେନ୍ଦ୍ରରେ ଏଆଇ ଟୁଲ୍ ବ୍ୟବହାର କରାଯିବ । ସିସିଟିଭି ଲାଇଭ୍ ଷ୍ଟ୍ରିମିଂ କଣ୍ଟ୍ରୋଲ୍ ଓକାକ୍ କିମ୍ବା ଏନଆଇସି ପାଖରେ ରହିବ । ଆଗାମୀ ଦିନରେ ସମସ୍ତ ନିଯୁକ୍ତି ପରୀକ୍ଷାକୁ ସରକାରୀ କଲେଜ ଓ ବିଶ୍ବବିଦ୍ୟାଳୟରେ କରାଯିବ । ଆଗକୁ ଯେପରି ଏଜେନ୍ସି କିମ୍ବା ଆଉଟସୋର୍ସିଂ ସଂସ୍ଥା ଦ୍ବାରା ପରୀକ୍ଷା କରାନଯାଏ ସେନେଇ ମଧ୍ୟ କଡ଼ା ଆଭିମୁଖ୍ୟ ଆପଣାଯିବ । ଇଣ୍ଟିଗ୍ରେଡେଟ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ବ୍ୟବସ୍ଥା କରାଯିବ । ଅନଲାଇନ ପରୀକ୍ଷା ପାଇଁ ମଲ୍ଟି ଫାକ୍ଟର ଅଥେଣ୍ଟିକେସନ୍ ବା MFକୁ ପରୀକ୍ଷା ପୂର୍ବରୁ ଯାଞ୍ଚ କରାଯିବ । ଅନଲାଇନ ପରୀକ୍ଷା ଗୃହରେ କୌଣସି ବାହ୍ୟ ବସ୍ତୁ ରହିବ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/24/govt-job-exam-question-paper-2025-09-24-10-19-39.jpg)