Advertisment

୧୭ ପରେ ଅନଲକ୍‌ କରିବେ ବି ରାଜ୍ୟ ସରକାର?

ମେ ୫ରୁ ୧୯ ପ୍ରଥମ ପର୍ଯ୍ୟାୟ ଲକଡାଉନ୍‌। ୧୯ରୁ ୧ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଜୁନ୍ ୧ରୁ ୧୭ ସକାଳ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ସାରା ରାଜ୍ୟରେ ଲାଗୁ କରିଥିଲେ ରାଜ୍ୟ ସରକାର। ଆଉ ଦୁଇଦିନ ପରେ ଶେଷ ହେବ ଥାର୍ଡଫେଜ୍ ଲକଡାଉନ୍।

author-image
Sarbeswar
୧୭ ପରେ ଅନଲକ୍‌ କରିବେ ବି ରାଜ୍ୟ ସରକାର?

Lockdown

ଭୁବନେଶ୍ୱର: ମେ ୫ରୁ ୧୯ ପ୍ରଥମ ପର୍ଯ୍ୟାୟ ଲକଡାଉନ୍‌। ୧୯ରୁ ୧ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଜୁନ୍ ୧ରୁ ୧୭ ସକାଳ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ସାରା ରାଜ୍ୟରେ ଲାଗୁ କରିଥିଲେ ରାଜ୍ୟ ସରକାର। ଆଉ ଦୁଇଦିନ ପରେ ଶେଷ ହେବ ଥାର୍ଡଫେଜ୍ ଲକଡାଉନ୍। ଏହି ସମୟ ଭିତରେ ରଜ ପର୍ବ ମଧ୍ୟ ସରିଯିବ। ଆଉ ତାପରେ କଣ ହେବ? ତାଲାବନ୍ଦ ଅବଧି ପୁଣି ବଢ଼ିବ ନା ଅନଲକ ପ୍ରକ୍ରିୟାକୁ ଯିବେ ରାଜ୍ୟ ସରକାର? କିଛିଦିନ ତଳେ କରୋନା ସମୀକ୍ଷା ବେଳେ ଅନଲକ ନେଇ ସଙ୍କେତ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏପଟେ କରୋନା ସଂକ୍ରମଣ ମଧ୍ୟ ଖସୁଥିବାରୁ ଅନଲକ୍‌ ହେବା ଏକପ୍ରକାର ନିଶ୍ଚିତ। ତେବେ ବଡ଼ ପ୍ରଶ୍ନ, କେଉଁ କେଉଁ ଜିଲ୍ଲାରେ ପ୍ରଥମେ ତାଲା ଖୋଲିବ? ଅନଲକ ଫର୍ମୁଲା କଣ ହେବ ଓ କେଉଁ ସବୁ କଟକଣା ରହିବ, ତା ଉପରେ ରାଜ୍ୟ ସରକାର ବିଚାର ବିମର୍ଶ ଚଳାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜୁନ୍ ୭ରୁ ୧୩ ତାରିଖର ତଥ୍ୟ ଅନୁସାରେ ରାଜ୍ୟରେ ୫ ପ୍ରତିଶତରୁ କମ୍ ଟେଷ୍ଟ ପଜିଟିଭିଟି ରେଟରେ ୮ଟି ଜିଲ୍ଲା, ୫ରୁ ୧୦ ପ୍ରତିଶତ ଟିପିଆର୍ ଭିତରେ ୧୨ ଜିଲ୍ଲା ଏବଂ ୧୦ ପ୍ରତିଶତରୁ ଅଧିକ ଟିପିଆରରେ ୧୦ଟି ଜିଲ୍ଲା ଆସୁଛି।

Advertisment

୧୦ ପ୍ରତିଶତରୁ କମ୍ ଟିପିଆର୍ ଥିବା ୨୦ଟି ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ଅନଲକ କରାଯାଇପାରେ। ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଟିପିଆର୍ ୧୦ ପ୍ରତିଶତ ଉପରେ ୫ ଜିଲ୍ଲା ଓ ୧୦ ପ୍ରତିଶତ ତଳେ ୨୫ ଜିଲ୍ଲା ରହିଛି। ସେପଟେ ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯାଉଛି। ସବୁ ଦିଗ ଉପରେ ସମୀକ୍ଷା କରିବାପରେ ସରକାର ଅନଲକ୍ ନିଷ୍ପତ୍ତି ନେବେ।

ସେପଟେ ରାଜ୍ୟରେ କୋଭିଡ୍ ସଂକ୍ରମଣ ଗ୍ରାଫ୍ ନିମ୍ନଗାମୀ ହେଉଛି। ଗତ ୨୪ ଘଣ୍ଟାରେ ୪, ୩୩୯ ପଜିଟିଭ୍ କେଶ୍ ଚିହ୍ନଟ ହୋଇଛି। ଟିପିଆର୍ ରହିଛି ୬.୩୩ ପ୍ରତିଶତ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥିତି ବେଶ୍ ସୁଧୁରିଛି କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୭-୮ଟି ଜିଲ୍ଲାର ସ୍ଥିତି ଏବେ ବି ଉଦବେଗଜନକ ରହିଛି। ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଟିପିଆର୍ ୨୦ ପ୍ରତିଶତ ଉପରେ ଥିବାବେଳେ ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରେ ୧୫ ପ୍ରତିଶତ ଉପରେ ରହିଛି। ସେହିପରି କଟକ, କେନ୍ଦ୍ରାପଡ଼ାରେ ୧୩ ପ୍ରତିଶତ ଏବଂ ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ଟିପିଆର୍ ୧୨ ପ୍ରତିଶତ ଉପରେ ରହିଛି। ତେଣୁ ଅନଲକକୁ ପର୍ଯ୍ୟାୟକ୍ରମେ ଯିବାର ଆବଶ୍ୟକତା ରହିଛି। ଲୋକମାନେ କଟକଣାକୁ ମାନନ୍ତୁ, ନହେଲେ ପୁଣି ସଂକ୍ରମଣ ବଢିବ ବୋଲି କହିଛନ୍ତି ଜୀବ ବିଜ୍ଞାନ ପ୍ରତିଷ୍ଠାନ, ଆଇଏଲ୍ଏସ୍ ର ନିର୍ଦ୍ଦେଶକ।

Advertisment

ଏବେ ରାଜ୍ୟରେ ସଂକ୍ରମଣ କମୁଛି। କେସ ଲୋଡ୍ ମଧ୍ୟ କମ ରହୁଛି। କରୋନା ପିକରେ ଥିବାବେଳେ ସିଟି ଭେଲ୍ୟୁ ୧୪ରୁ ୧୫ ରହୁଥିଲା। ଏବେ ଏହା ପ୍ରାୟ ୨୮ ରହୁଛି। ଯାହା ସୂଚାଉଛି, ଭାଇରାଲ୍ ଲୋଡ୍ କମୁଛି। ଫଳରେ ବେଶି ଲୋକ ସଂକ୍ରମିତ ହେଉ ନାହାଁନ୍ତି। ତେଣୁ ଆଗକୁ ଅନଲକ୍ ପ୍ରକ୍ରିୟାକୁ ଯିବେ ରାଜ୍ୟ ସରକାର।

ଭୁବନେଶ୍ୱରରୁ କ୍ୟାମେରାପର୍ସନ ପ୍ରଶାନ୍ତଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ

Advertisment
Advertisment