/odishatv-khabar/media/post_attachments/uploadimage/library/16_9/16_9_0/mp-daughters-marriage_1626691415.jpg)
mp daughter's marriage
ରାଉରକେଲା (ପୱନ ତିୱାରୀ): ସିନ୍ଦୂର ପିନ୍ଧିଲେ ସାଂସଦଙ୍କ ଝିଅ । ଶାଶୂ ଘର ଗଲେ ଇନ୍ଦୁମତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଝିଅ ଇନ୍ଦୁମତି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଆଦିବାସୀ ପରମ୍ପରାରେ ଆଜି ନିଜ ଜନ୍ମମାଟି କେନ୍ଦୁଡିହି ଗାଁରେ ତାଙ୍କର ବାହାଘର ହୋଇଛି। ଆଉ ଏହି ବିବାହ ଉତ୍ସବରେ ସାମିଲ ହୋଇ ବର-କନ୍ୟାଙ୍କୁ ଆଶୀର୍ବାଦ ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ଉଇକିଙ୍କ ସମେତ ବହୁ ଅତିଥି। ଏଥିପାଇଁ କେନ୍ଦୁଡିହି ଗାଁରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୁନ୍ଦରଗଡ଼ ଜିଲ୍ଲାର ଏକ ଛୋଟ ଗାଁ କେନ୍ଦୁଡିହି। ଯେଉଁଠି ଜନ୍ମଗ୍ରହଣ କରିଥିଲେ ଜୁଏଲ ଓରାମ। ଆଜି ସେହି ଗାଁରୁ ଉଠୁଛି ତାଙ୍କ ବଡ଼ ଝିଅ ଇନ୍ଦୁମତିର ସବାରୀ। ଆଦିବାସୀ ପରମ୍ପରାରେ ହୋଇଛି ବିବାହ। ସନ୍ତୋଷଙ୍କୁ ଜୀବନସାଥୀ କରିଛନ୍ତି ଇନ୍ଦୁମତି। ଏଥିପାଇଁ କେନ୍ଦୁଡିହି ଗାଁ ଉତ୍ସବ ମୁଖର ହୋଇଛି। ବିବାହ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ଉଇକିଙ୍କ ସମେତ ଶତାଧିକ ଭିଭିଆଇପି ଅତିଥି ଯୋଗ ଦେଇଛନ୍ତି। କିନ୍ତୁ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର ଅବତରଣ କରିନପାରିବାରୁ ଫେରି ଯାଇଛି।
ଜୁଏଲଙ୍କ ଝିଅ ବାହାଘରରେ ୨୦୦୦୦ରୁ ଅତିଥି ଯୋଗଦେଇଥିଲେ। ୧୦୦ରୁ ଅଧିକ ପ୍ରକାର ଆଇଟମ୍ କରାଯାଇଥିଲା। ଏଥିପାଇଁ କେନ୍ଦୁଡିହି ଗାଁରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗାଁରେ ୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏହାଛଡ଼ା ଦୁଇ ଜଣ ଆଡିସିନାଲ୍ ଏସ୍ପି ଓ ଡଗ୍ ସ୍କାର୍ଡ଼ ମଧ୍ୟ ମୁତୟନ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)