Advertisment

ଜାଗା ମିଶନର ଅସଲ ସତ !

ଭୁବନେଶ୍ୱର : ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ଦେଇ ଓ୍ୱାର୍ଲ ହାବିଟାଟ୍‌ ପୁରସ୍କାର ପାଇଲେ ରାଜ୍ୟ ସରକାର । ହେଲେ ସରକାର ପ୍ରକୃତରେ ଜମି ପଟ୍ଟା ଦେବାରେ କେତେ ସଫଳ ହୋଇଛନ୍ତି ଜାଣିବାକୁ ପୁରସ୍କାରର ପୋଷ୍ଟର ଗାର୍ଲକୁ ଭେଟିଥିଲା ଓଟିଭି । ୩୦ ବର୍ଷ ହେବ ବସ୍ତିରେ ରହୁଥିଲେ । ନା ତାଙ୍କୁ ମିଳିଛି ଜମି ଅଧିକାର ପଟ୍ଟା ନା ତାକୁ ଭେଟିଛନ୍ତି କୌଣସି ସରକାରୀ ଅଧିକାରୀ। ହେଲେ ସରକାର ପାଇଥିବା ପୁରସ୍କାରର ପ୍ରେସ ରିଲିଜରେ ରହିଛି […]

ଜାଗା ମିଶନର ଅସଲ ସତ !

jaga

Advertisment

ଭୁବନେଶ୍ୱର : ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ଦେଇ ଓ୍ୱାର୍ଲ ହାବିଟାଟ୍‌ ପୁରସ୍କାର ପାଇଲେ ରାଜ୍ୟ ସରକାର । ହେଲେ ସରକାର ପ୍ରକୃତରେ ଜମି ପଟ୍ଟା ଦେବାରେ କେତେ ସଫଳ ହୋଇଛନ୍ତି ଜାଣିବାକୁ ପୁରସ୍କାରର ପୋଷ୍ଟର ଗାର୍ଲକୁ ଭେଟିଥିଲା ଓଟିଭି । ୩୦ ବର୍ଷ ହେବ ବସ୍ତିରେ ରହୁଥିଲେ । ନା ତାଙ୍କୁ ମିଳିଛି ଜମି ଅଧିକାର ପଟ୍ଟା ନା ତାକୁ ଭେଟିଛନ୍ତି କୌଣସି ସରକାରୀ ଅଧିକାରୀ। ହେଲେ ସରକାର ପାଇଥିବା ପୁରସ୍କାରର ପ୍ରେସ ରିଲିଜରେ ରହିଛି ତାଙ୍କ ବୟାନ।

Advertisment

ଭୁବନେଶ୍ୱର ଇଶାନଶ୍ୱେର ବସ୍ତିର ବିମଳା ମହାରଣା। ୩୦ ବର୍ଷ ହେବ ବସ୍ତିରେ ରହୁଛନ୍ତି ବିମଳା । ଆଜବେଷ୍ଟସ ଛପର ବଖରିକିଆ ଘର। ଫନୀ ବାତ୍ୟା ପରେ ଘର ଚାରିପଟ ବି ଘେରେଇଛନ୍ତି ଟିଣ ଆଜବେଷ୍ଟସ ।୨୫ ବର୍ଷ ତଳେ ସରକାର ତାଙ୍କୁ ଦେଇଥିଲେ ଏହି  ଟୋକନ । ଏଥିରେ ଲେଖାଅଛି ଓ୍ୱାର୍ଡ ନମ୍ବର ୨ ଓ ଘର ନମ୍ବର ହେଉଛି ୧୬୨୬। ତେବେ ତା ପରେ ତାଙ୍କୁ ସରକାରୀ ଅଧିକାରୀ କେହି ଭେଟିନାହାଁନ୍ତି କି ଜାଗା ମିଶନରେ ଜମି ଅଧିକାର ପଟ୍ଟା ବି ମିଳିନି।

କିନ୍ତୁ ବିମଳା ହେଉଛନ୍ତି ସରକାରଙ୍କ ଜାଗା ମିଶନ ପୁରସ୍କାରର ପୋଷ୍ଟର ଗର୍ଲ। ପ୍ରେସ ରିଲିଜରେ ବିମଳା ବହୁତ ଖୁସି ବୋଲି ଲେଖିଛନ୍ତି ସରକାର ।

Advertisment

ଇଶାନଶ୍ୱେର ବସ୍ତିର ଅନ୍ୟ ଲୋକଙ୍କୁ ବି ଆମେ ଭେଟିଥିଲୁ ତେବେ କେହିବି ଜାଗା ମିଶନରେ ଜମି ପଟ୍ଟା ପାଇ ନଥିବା କହିଥିଲେ । ଗତବର୍ଷ ମେ ୭ରେ ଛତ୍ରପୁରରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ ଜାଗା ମିଶନ। ସେହି ଗୋଟିଏ ଦିନରେ ୨ ହଜାର ବସ୍ତି ଲୋକଙ୍କୁ ଜମି ଅଧିକାର ପ୍ରମାଣପତ୍ର ବାଣ୍ଟିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଯାଇଥିଲେ ବି ଲକ୍ଷ୍ମୀଙ୍କୁ ନା ମିଳିଛି ପ୍ରମାଣପତ୍ର ନା ପଟ୍ଟା । କେବଳ ଗୋପାଳପୁରରେ ଚିହ୍ନଟ ୪୭୯ ବସ୍ତିବାସିନ୍ଦାଙ୍କ ଭିତରୁ ୫୮ ଜଣଙ୍କୁ ଏବେ ସୁଦ୍ଧା ପଟ୍ଟା ମିଳିନି।

ଜାଗା ମିଶନରେ ରାଜ୍ୟର ୫୦ ହଜାର ପରିବାରକୁ ପଟ୍ଟା ଦେଇଥିବାରୁ ଓ୍ୱାର୍ଲ ହାବିଟାଟ୍‌  ବ୍ରୋଞ୍ଚ ପୁରସ୍କାର ପାଇଛି ଓଡିଶା । ଏଥିରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ଜିଣିଛନ୍ତି ସ୍ପେନ  ଓ କର୍ଣ୍ଣାଟକ । ତେବେ ନଗର ଉନ୍ନୟନ ମନ୍ତ୍ରୀ କିନ୍ତୁ କହୁଛନ୍ତି ବିଶ୍ୱରେ ଜାଗା ପଟ୍ଟା ଦେବାରେ ଓଡିଶା ଏକନମ୍ବର ହୋଇଛି।

Advertisment

ରାଜ୍ୟରେ ୨ ଲକ୍ଷ ପରିବାରକୁ ଜାଗା ମିଶନରେ ପଟ୍ଟା ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ତେବେ ପୁରସ୍କାରର ପୋଷ୍ଟର ଗର୍ଲ ବିମଳାଙ୍କ ସତ ହିଁ ବୟାନ କରୁଛି ଜାଗା ମିଶନ ଚାଲିଛି କେମିତି ଓ ବସ୍ତି ଲୋକ ଏଥିରୁ କେତେ ଉପକାର ପାଉଛନ୍ତି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ