Advertisment

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ'ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ। ଆରୋଗ୍ୟ ହେବା ପରେ କିଭଳି ରହିବେ, କ‘ଣ କରିବେ ସେନେଇ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। କରୋନାରୁ ସୁସ୍ଥ ପରେ ଦେହବିନ୍ଧା, କଫ, ତଣ୍ଟି ବ୍ୟଥା ଲକ୍ଷଣ ଦେଖାଦେଇପାରେ। ନିଃଶ୍ୱାସପ୍ରଶ୍ୱାସରେ କଷ୍ଟ, ହୃଦଘାତ, ଘ୍ରାଣ ଓ ସ୍ୱାଦ ଶକ୍ତି ଚାଲିଯାଇପାରେ। ତେଣୁ କରୋନା ଆରୋଗ୍ୟମାନେ ମାସ୍କ ପିନ୍ଧିବେ, ହାତ ଧୋଇବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପରାମର୍ଶ […]

ଅଦ୍ୟତନ ହୋଇଛି
କୋଭିଡ୍‌-୧୯ ସୁସ୍ଥ ହେବା ପରେ କ'ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

health-department

Advertisment

ଭୁବନେଶ୍ୱର: କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ। ଆରୋଗ୍ୟ ହେବା ପରେ କିଭଳି ରହିବେ, କ‘ଣ କରିବେ ସେନେଇ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। କରୋନାରୁ ସୁସ୍ଥ ପରେ ଦେହବିନ୍ଧା, କଫ, ତଣ୍ଟି ବ୍ୟଥା ଲକ୍ଷଣ ଦେଖାଦେଇପାରେ। ନିଃଶ୍ୱାସପ୍ରଶ୍ୱାସରେ କଷ୍ଟ, ହୃଦଘାତ, ଘ୍ରାଣ ଓ ସ୍ୱାଦ ଶକ୍ତି ଚାଲିଯାଇପାରେ। ତେଣୁ କରୋନା ଆରୋଗ୍ୟମାନେ ମାସ୍କ ପିନ୍ଧିବେ, ହାତ ଧୋଇବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

Advertisment

ସେହିପରି ପ୍ରଚୁର ଉଷୁମ ପାଣି ପିଇବା, ଦୈନିକ ଯୋଗାସନ, ପ୍ରାଣାୟମ କରିବା ଓ ସନ୍ତୁଳିତ ଖାଦ୍ୟ ଖାଇବା ସହ ଧୂମପାନ ନକରିବାକୁ ପରାମର୍ଶ ଦିଆଯାଇଛି। ଡିସ୍‌ଚାର୍ଜ ହେବାର ୭ ଦିନ ପରେ ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ ବୋଲି କୁହାଯାଇଛି। ଏହାପେର ବି ଆରୋଗ୍ୟ ହେବାର ୪ ସପ୍ତାହ ପରେ ଓ ଶେଷକୁ ୧୨ ସପ୍ତାହ ପରେ ପରାମର୍ଶ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ କହିଛି।

Advertisment

ଅନ୍ୟପଟେ ଆଜି ରାଜ୍ୟରେ ୨୭୧୬ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨ଲକ୍ଷ ୫୪ହଜାର ୯୧୩କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ