Advertisment

ଓଡ଼ିଶାରେ କରୋନା ଭାଇରସର ମୁକାବିଲା ପାଇଁ ଆଡଭାଇଜରି ଜାରି

ଭୁବନେଶ୍ୱର : ‘କରୋନା’ ଭାଇରସ୍‌ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛନ୍ତି। ଏଥିରେ ବର୍ତ୍ତମାନ ସୁଦ୍ଧା ୪୧ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ଏହି ଭାଇରସ୍‌ରେ ଭାରତରେ ବହୁ ଲୋକ ମଧ୍ୟ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଏହି ରୋଗର ମୁକାବିଲା ପାଇଁ ଆଜି ଆଡଭାଇଜରି ଜାରି କରିଛନ୍ତି ରାଜ୍ୟ ସରକାର। ଏଥିସହ ରାଜ୍ୟର ବିଭିନ୍ନ ପ୍ରମୁଖ ହସ୍ପିଟାଲକୁ ସ୍ୱାସ୍ଥ୍ୟ ବିଭାଗର ଚିଠି ଲେଖିଛି। ‘କରୋନା’ ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ହସ୍ପିଟାଲ ଗୁଡ଼ିକୁ […]

ଓଡ଼ିଶାରେ କରୋନା ଭାଇରସର ମୁକାବିଲା ପାଇଁ ଆଡଭାଇଜରି ଜାରି

corona

Advertisment

ଭୁବନେଶ୍ୱର : ‘କରୋନା’ ଭାଇରସ୍‌ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛନ୍ତି। ଏଥିରେ ବର୍ତ୍ତମାନ ସୁଦ୍ଧା ୪୧ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ଏହି ଭାଇରସ୍‌ରେ ଭାରତରେ ବହୁ ଲୋକ ମଧ୍ୟ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଏହି ରୋଗର ମୁକାବିଲା ପାଇଁ ଆଜି ଆଡଭାଇଜରି ଜାରି କରିଛନ୍ତି ରାଜ୍ୟ ସରକାର। ଏଥିସହ ରାଜ୍ୟର ବିଭିନ୍ନ ପ୍ରମୁଖ ହସ୍ପିଟାଲକୁ ସ୍ୱାସ୍ଥ୍ୟ ବିଭାଗର ଚିଠି ଲେଖିଛି।

Advertisment

‘କରୋନା’ ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ହସ୍ପିଟାଲ ଗୁଡ଼ିକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଭୁବନେଶ୍ୱର ଓ ଝାରସୁଗୁଡ଼ା ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ବିଦେଶରୁ ଆସୁଥିବା ଘାତକ ‘କରୋନା’ ସନ୍ଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଏଥିସହ କଟକ SCB, ବୁର୍ଲା ଓ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପାରାଦୀପ ବନ୍ଦର ଓ ରେଲୱେକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

‘କୋରାନା’ ଭାଇରସର ଆତଙ୍କ ଦେଖା ଦେବା ପରେ ଚୀନ ଓ ହଙ୍ଗକଙ୍ଗରୁ ମୋଟ୍ ୨୦, ୦୦୦ ବ୍ୟକ୍ତି ଭାରତକୁ ଆସିଛନ୍ତି। ଏମାନେ ସମସ୍ତେ ଭାରତକୁ ଆସିବା ବେଳେ ଚୀନ ଓ ହଙ୍ଗକଙ୍ଗ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହୋଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ବାବଦରେ କୁହାଯାଇଛି। ଦିଲ୍ଲୀ ଏମ୍ସରେ ମଧ୍ୟ କୋରୋନା ଭାଇରସର ଆକ୍ରମଣର ଶିକାର ରୋଗୀଙ୍କ ଚିକିତ୍ସା ପାଇଁ ଆଇସୋଲେସନ ଓ୍ୱାର୍ଡ (ପୃଥକୀକରଣ) ବ୍ୟବସ୍ଥା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ