jhulima
କନ୍ଧମାଳ : ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। କନ୍ଧମାଳର ଝୁଲିମା ମଲ୍ଲିକଙ୍କୁ ମିଳିଛି ସମ୍ମାନଜନକ ଭି ଆୱାଡ୍। ଦୀର୍ଘ ଦିନ ଧରି ସ୍ୱେଚ୍ଛାସେବୀ ସଂଗଠନ ସହ ଜଡ଼ିତ ରହି ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଝୁଲିମା।
ବାଲ୍ୟ ବିବାହ, ଗରୀବଙ୍କୁ ସହାୟତା ଭଳି ବିଭିନ୍ନ କାର୍ଯ୍ୟରେ ଝୁଲିମା ନିଜକୁ ସାମିଲ କରିଥିଲେ। ଏଥିପାଇଁ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ ଅବସରରେ ନୂଆଦିଲ୍ଲୀରେ ୟୁଏନ୍ ହାଉସ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଛି।
ଝୁଲିମାଙ୍କୁ ସମ୍ମାନ ମିଳିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଝୁଲିମାଙ୍କୁ ସାଧୁବାଦ ଦେବା ସହିତ ଏହା ଅନ୍ୟଙ୍କ ପାଇଁ ଉଦାହରଣ ବୋଲି ଜଣାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jhulima_1626687335.jpg)