Advertisment

ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ

ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡ଼ିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏନେଇ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଓଡ଼ିଶା ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଜାଭଡେକର ଟ୍ୱିଟ୍‌ କରିଛନ୍ତି

ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ

CENTRAL TEAM

Advertisment

ବାରିପଦା: ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡ଼ିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏନେଇ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଓଡ଼ିଶା ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଜାଭଡେକର ଟ୍ୱିଟ୍‌ କରିଛନ୍ତି। ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହ ସାହାଯ୍ୟ କରିବ ଏହି କେନ୍ଦ୍ରୀୟ ଟିମ୍ ବୋଲି ଜଣାପଡିଛି।

Advertisment

ଆଜି ରାଜ୍ୟ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ଆଲୋଚନା କରିଛନ୍ତି। ଜଙ୍ଗଲ ନିଆଁ ପଛରେ ଷଡ଼ଯନ୍ତ୍ର ରହିଥିବା ସାଂସଦ ସୁରେଶ ପୂଜାରୀ କହିଛନ୍ତି। ଜଙ୍ଗଲ ନିଆଁ ପାଇଁ ଖୁବ୍ ଶୀଘ୍ର କେନ୍ଦ୍ରୀୟ ଟିମ୍ ଆସିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିବା ସେ ସୂଚନା ଦେଇଛନ୍ତି। ଜଙ୍ଗଲ ତସ୍କରୀ, ହାତୀ ଶିକାର ପାଇଁ ନିଆଁ ଲଗାଯାଇ ଥାଇପାରେ ବୋଲି ପ୍ରତିନିଧି ଦଲ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିବା କଥା ମଧ୍ୟ ସେ କହିଛନ୍ତି। ସେହିଭଳି କାମ୍ପା ପାଣ୍ଠି ବାଟମାରଣା ପାଇଁ ମଧ୍ୟ ନିଆଁ ଲଗାଯାଇ ଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି।

ସେପଟେ ସର୍ବଗିଳା ନିଆଁରୁ କେମିତି ବଞ୍ଚାଇହେବ ସୁନ୍ଦରୀ ଶିମିଳିପାଳ ? ସଙ୍କଟରେ ଥିବା ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳକୁ କେମିତି ଦିଆଯାଇପାରିବ ସୁରକ୍ଷା ? ଚାଲିଛି ଯୁଦ୍ଧକାଳୀନ ଉଦ୍ୟମ, ଅଗ୍ନି ନିର୍ବାପନର ବୃହତ୍ତ ମିଶନରେ କଳ, ବଳ ଆଉ କୌଶଳ। ବନ ଓ ଅଗ୍ନିଶମ କର୍ମଚାରୀଙ୍କ ପ୍ରାଣମୁର୍ଚ୍ଛା ପ୍ରୟାସ ପରେ ଅମାନିଆ ନିଆଁକୁ ଆୟତ୍ତ ପାଇଁ ଏଣ୍ଟ୍ରି ମାରିଛି ଓଡ୍ରାଫ୍। ବାଲେଶ୍ୱର ଓ ବାରିପଦାରୁ ୫୦ ଜଣିଆ ଓଡ୍ରାଫ୍ ଟିମ୍ ଯଶିପୁର ରେଞ୍ଜକୁ ଯାଇ ନିଆଁ ଲିଭାରେ ଲାଗିଛନ୍ତି।

Advertisment

ବନବିଭାଗ ସହ ୪ଟି ଅଗ୍ନିଶମ ବିଭାଗର ଟିମ୍ ବି ଶିମିଳିପାଳ ଭିତରେ ଅଛନ୍ତି। ତଥାପି ନା ଆୟତ୍ତକୁ ଆସିପାରୁଛି ବନାଗ୍ନି, ନା ବଞ୍ଚାଇ ହେଉଛି ଶିମିଳିପାଳର ସବୁଜିମା। ତାହାରି ଭିତରେ ଧୂଆଁ ଆଉ ଗରମ ପବନ ମାଡ଼ରେ ଆକ୍ତାମାକ୍ତା ଜୀବଜନ୍ତୁ ଜନବସତିକୁ ଚାଲିଆସୁଛନ୍ତି, ଯାହାକୁ ନେଇ ଚିନ୍ତାରେ ଅଛନ୍ତି ପରିବେଶ ବିତ୍‌।

ସେପଟେ ଶିମିଳିପାଳ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ହାଇକୋର୍ଟରେ ଦାୟାର ହୋଇଛି ଜନସ୍ୱାର୍ଥ ମାମଲା। ଭାରତୀୟ ବିକାଶ ପରିଷଦ ଏହି ମାମଲା ଦାୟାର କରି ନିଆଁ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇଛି। ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛି ପରିଷଦ।

Advertisment

Fire In Similipal Forest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ