Advertisment

Preparations To Prevent Forest Fire: ଜାଣିଶୁଣି ନିଆଁ ଲଗାଇଲେ କାର୍ଯ୍ୟାନୁଷ୍ଠାନ, ଜଙ୍ଗଲରେ ଜଗିବ କ୍ୟାମେରା

ଗ୍ରୀଷ୍ମ ପୂର୍ବରୁ ଜଙ୍ଗଲ ନିଆଁ ରୋକିବାକୁ ବନବିଭାଗର ପ୍ରାକ୍ ପ୍ରସ୍ତୁତି। ଜାଣିଶୁଣି ନିଆଁ ଲଗେଇଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ PCCF। ଶିମିଳିପାଳ ଓ ରାଉରକେଲାରେ କ୍ୟାମେରା ଦ୍ୱାରା ନଜର ରଖାଯିବ।

Forest Fires

Forest Fires Photograph: (OTV)

Advertisment

ଗ୍ରୀଷ୍ମ ପୂର୍ବରୁ ଜଙ୍ଗଲ ନିଆଁ ରୋକିବାକୁ ବନବିଭାଗର ପ୍ରାକ୍ ପ୍ରସ୍ତୁତି। ଜାଣିଶୁଣି ନିଆଁ ଲଗେଇଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ PCCF। ଜଙ୍ଗଲ ନିଆଁ ଆୟତ୍ତ ପାଇଁ ୨୦୪୬୧ ଫାୟାର ଲାଇନ ସୃଷ୍ଟି କରାଯାଇଛି। ଶିମିଳିପାଳ ଓ ରାଉରକେଲାରେ କ୍ୟାମେରା ଦ୍ୱାରା ନିଆଁ ଉପରେ ନଜର ରଖାଯିବ। 

Advertisment

ଆବଶ୍ୟକ ସ୍ଥଳେ ମିନି ଡ୍ରୋନ ବ୍ୟବହାର କରାଯାଉଛି ବୋଲି ପିସିସିଏଫ୍ କେ. ମୁରୁଗେସନ କହିଛନ୍ତି। ନିଆଁ ଲାଗିଲେ 18003457158 ନଂରେ କଲ୍ ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି। ଗତ ବର୍ଷ ଜାନୁୟାରୀ ୬୭୦ ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ୩୪୧ ପଏଣ୍ଟରେ ନିଆଁ ଲାଗିଛି। 

ଏଥର ୩୩୪ ବନାଗ୍ନି ସୁରକ୍ଷା ଦଳ ନିୟୋଜିତ କରାଯାଇଛି। ୫ହଜାର ଲିଫ ବ୍ଲୋଅର ପ୍ରସ୍ତୁତ ରଖାଯାଇଛି। ୩୩୬ ଗାଁରେ ଜଙ୍ଗଲ ନିଆଁ ଉପର ସଚେତନ କରାଯାଇଛି। ୨୦୦ NDRF କର୍ମଚାରୀଙ୍କୁ ମଧ୍ୟ ବିଶେଷ ପ୍ରଶିକ୍ଷଣ ଦିଆଯାଇଛି।

Advertisment

Forest Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ