Advertisment

ଆର୍‌ଟିଓ କଟକଣା ଯାଞ୍ଚ ୩ ମାସ କୋହଳ

ଭୁବନେଶ୍ୱର : ଟ୍ରାଫିକ୍ କଟକଣା କଡ଼ାକଡ଼ିକୁ ଆଉ ୩ ମାସ କୋହଳ କରାଯାଇଛି। ଡିସେମ୍ୱର ୧ ତାରିଖରୁ ଟ୍ରାଫିକ୍‌ ନିୟମ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି କରାଯାଇଥିଲା। ତେବେ ଏହାକୁ ଆଉ ତିନି ମାସ ଘୁଞ୍ଚାଇ ଦିଆଯାଇଛି। ଆର୍‌ଟିଓ ଅଫିସରେ ପ୍ରବଳ ଭିଡ଼ କାରଣରୁ ସାଧାରଣ ଲୋକେ ସେମାନଙ୍କ ଗାଡ଼ିର କାଗଜପତ୍ର ଏଯାଏଁ ପ୍ରସ୍ତୁତ କରିପାରିନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆରଟିଓ […]

ଆର୍‌ଟିଓ କଟକଣା ଯାଞ୍ଚ ୩ ମାସ କୋହଳ

RTO

Advertisment

ଭୁବନେଶ୍ୱର : ଟ୍ରାଫିକ୍ କଟକଣା କଡ଼ାକଡ଼ିକୁ ଆଉ ୩ ମାସ କୋହଳ କରାଯାଇଛି। ଡିସେମ୍ୱର ୧ ତାରିଖରୁ ଟ୍ରାଫିକ୍‌ ନିୟମ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି କରାଯାଇଥିଲା। ତେବେ ଏହାକୁ ଆଉ ତିନି ମାସ ଘୁଞ୍ଚାଇ ଦିଆଯାଇଛି। ଆର୍‌ଟିଓ ଅଫିସରେ ପ୍ରବଳ ଭିଡ଼ କାରଣରୁ ସାଧାରଣ ଲୋକେ ସେମାନଙ୍କ ଗାଡ଼ିର କାଗଜପତ୍ର ଏଯାଏଁ ପ୍ରସ୍ତୁତ କରିପାରିନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

Advertisment

ଆରଟିଓ ନିୟମ ନେଇ କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ନଭେମ୍ୱର ୩୦ ତାରିଖକୁ ଡେଡ୍‌ଲାଇନ୍‌ ରଖିଥିଲେ। ଅର୍ଥାତ ଡିସେମ୍ୱର ୧ ତାରିଖରୁ ପୁଣି ଗାଡ଼ି କାଗଜପତ୍ର ଯାଞ୍ଚ କଡ଼ାକଡ଼ି ହେବାକଥା। ଏହାକୁ ନେଇ ଲୋକଙ୍କ ମନରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିଧାନସଭାରେ ହୋହଲ୍ଲା ହେବା ପରେ ଆଜି ପୁଣି ଥରେ ଡେଡ୍‌ଲାଇନ୍‌ ଘୁଞ୍ଚାଇଛନ୍ତି ସରକାର। ଗତ ୩ ମାସ ମଧ୍ୟରେ ୯.୫ ଲକ୍ଷ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଯେଉଁଥିରୁ ୫.୪୫ ଲକ୍ଷ ଆବେଦନକାରୀଙ୍କୁ ଲଣ୍ଣିଂ ଲାଇସେନ୍ସ ଦିଆଯାଇଛି। ଏହି ୩ ମାସ ମଧ୍ୟରେ ଏକ ଲକ୍ଷ ଲୋକ ଡ୍ରାଇଭିଂ ଲାଇସେନ୍ସ ହାସଲ କରିଛନ୍ତି।

୨୦୧୮ ମସିହାରେ ମାତ୍ର ୩.୪୮ ଲକ୍ଷ ଲୋକଙ୍କୁ ଲଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ଡ୍ରାଇଭିଂ ଲାଇସେନ୍ସ ଆବେଦନ ଉପରେ ଆର୍‌ଟିଓ କାର୍ଯ୍ୟାଳୟ ଗୁଡ଼ିକ ତ୍ୱରିତ ପଦକ୍ଷେପ ନେଉଥିଲେ ମଧ୍ୟ ବହୁ ସଂଖ୍ୟାରେ ଆବେଦନ ପଡ଼ି ରହିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ ସ୍ଥିତିର ସମୀକ୍ଷା କରିବା ପରେ ଲୋକଙ୍କ ସୁବିଧା ନିମନ୍ତେ ମୋଟରଯାନ ଆଇନ୍‌ ଆଧାରରେ ଆବଶ୍ୟକ ଦସ୍ତାବିଜ୍ ହାସଲ ପାଇଁ ଲୋକଙ୍କୁ ଆଉ ତିନି ମାସ ସମୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ତେବେ ମଦ ପିଇ ଗାଡ଼ି ଚଳାଇବା, ଦ୍ରୁତ ଗାଡ଼ି ଚାଳନା, ଦୁଇ ଚକିଆ ଯାନରେ ୩ ଜଣ ବସାଇବା, ଓଭର ଲୋଡିଂ, ରେଡ୍‌ ଲାଇଟ୍‌ ସିଗ୍‌ନାଲ୍‌ ଅତିକ୍ରମ କରିବା, ହେଲ୍‌ମେଟ୍‌ ଓ ସିଟ୍‌ ବେଲ୍ଟ ନପିନ୍ଧିଥିଲେ ଜୋରିମାନା ସଂଗ୍ରହ କରାଯିବ। ଯଦି କୌଣସି ଗାଡ଼ି ଚାଳକ ଏସବୁ ନିୟମକୁ ନମାନନ୍ତି, ତାଙ୍କର ଗାଡ଼ି ଦସ୍ତାବିଜ ଯାଞ୍ଚ  କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ