Diwali Photograph: (OTV)
ଆସନ୍ତା ଅକ୍ଟୋବର ୨୦ ତାରିଖରେ ବି ଦୀପାବଳି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ୨୦ ଓ ୨୧ ତାରିଖ ଦୁଇ ଦିନ ଛୁଟି ରହିବ। ଦୀପାବଳିକୁ ନେଇ ଥିବା ଦ୍ବନ୍ଦ୍ବ ଭିତରେ ଆଜି ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ୨୦ ତାରିଖ ଦୀପାବଳି ଛୁଟି ଘୋଷଣା ହୋଇଛି। ପୂର୍ବରୁ ଦୀପାବଳି ଛୁଟି ୨୧ ତାରିଖରେ ଥିଲା, ଏବେ ୨୦ ତାରିଖରେ ବି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅର୍ଥାତ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଏଥର ଦୀପାବଳିରେ ଦୁଇ ଦିନିଆ ଛୁଟି ମିଳିବ।
କିନ୍ତୁ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ୨୧ ତାରିଖରେ ଖୋଲା ରହିବ। ସେହିପରି ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟ ଦିବସ ଘୋଷଣା ହୋଇଛି। ସେହିପରି ନୂଆପଡ଼ାରେ ୨୦ ତାରିଖରେ ସବୁ ଅଫିସ୍ ଖୋଲା ରହିବ। ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ଜିଲ୍ଲାରେ ଅଫିସ୍ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/18/diwali-2025-10-18-13-24-03.jpg)