Advertisment

ପରୀ ଘଟଣାରେ ମତଭେଦ ଥିବା ମାନିଲା କଂଗ୍ରେସ

ଭୁବନେଶ୍ୱର; ପରୀ ଘଟଣାରେ ମତଭେଦ ଥିବା ମାନିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର। ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ଅବସରରେ ଏହି ମତ ଦେଇଛନ୍ତି ଚେଲା କୁମାର। ବୁଝାମଣା ଅଭାବରୁ ଏଭଳି ମତଭେଦ ଆସିଲା ବୋଲି ସେ କହିଛନ୍ତି। ତେବେ ଏହି ଘଟଣାରେ ରାଜନୀତି ନ ହୋଇ ପରୀକୁ ନ୍ୟାୟ ମିଳିବା ଦରକାର ବୋଲି ସେ ମତ ଦେଇଛନ୍ତି। ସିବିଆଇ ଅନେକ ଘଟଣାର ତଦନ୍ତ କରୁଛି, କିନ୍ତୁ ଫଳ ମିଳୁନି। ତେଣୁ ପରୀ ଘଟଣାରେ […]

author-image
Otv Khabar Bureau
ପରୀ ଘଟଣାରେ ମତଭେଦ ଥିବା ମାନିଲା କଂଗ୍ରେସ

eBPOjT_I

ଭୁବନେଶ୍ୱର; ପରୀ ଘଟଣାରେ ମତଭେଦ ଥିବା ମାନିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର। ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ଅବସରରେ ଏହି ମତ ଦେଇଛନ୍ତି ଚେଲା କୁମାର। ବୁଝାମଣା ଅଭାବରୁ ଏଭଳି ମତଭେଦ ଆସିଲା ବୋଲି ସେ କହିଛନ୍ତି। ତେବେ ଏହି ଘଟଣାରେ ରାଜନୀତି ନ ହୋଇ ପରୀକୁ ନ୍ୟାୟ ମିଳିବା ଦରକାର ବୋଲି ସେ ମତ ଦେଇଛନ୍ତି।

Advertisment

ସିବିଆଇ ଅନେକ ଘଟଣାର ତଦନ୍ତ କରୁଛି, କିନ୍ତୁ ଫଳ ମିଳୁନି। ତେଣୁ ପରୀ ଘଟଣାରେ କୋର୍ଟ ମନିଟରିଂ ଏସ୍ଆଇଟି ତଦନ୍ତ ଦାବି କରିଥିଲା କଂଗ୍ରେସ ବୋଲି ଚେଲାକୁମାର କହିଛନ୍ତି। ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ବୋଲି କହିବା ସହ ବିଜେଡି ବହୁ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରୁଥିବା ସେ କହିଛନ୍ତି। ତେବେ କଂଗ୍ରେସର ଅଭିଯୋଗ ଉପରେ ବିଜେପି ଓ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ପରି ହତ୍ୟ ପ୍ରସଙ୍ଗରେ ବିଧାନସଭା ଶୀତକାଳିନ ଅଧିବେସନରେ କଂଗ୍ରେସର ନିରବତାକୁ ନେଇ ଦଳ ଉପରେ ଧୋକାର ଅଭିଯୋଗ ଲଗାଇଥିଲା ବିଜେପି। ଏହାପରେ ଏପ୍ରସଙ୍ଗରେ କଂଗ୍ରେସ କାହିଁକି ଓହିରିଲା ତାର କାରଣ କହିଥିଲେ ଦଳୀୟ ନେତା।

Advertisment

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଥିଲେ, ଆମେ ଏହି ଘଟଣାକୁ ବିଧାନସଭାରେ ଜୋରଦାର ହଙ୍ଗାମା କରୁଥିଲୁ। ଏହାପରେ ନବୀନ ବାବୁ SIT ଗଠନ ହେବା କଥା କହିଲେ ସରକାର।  ନରସିଂହ ମିଶ୍ର କହିଲେ ମୁଖ୍ୟମନ୍ତ୍ରୀ ଆମ କଥା ରଖିଲେ, ଆମେ ଓହରିଯିବା। ନରସିଂହ ମିଶ୍ର ଆମ ନେତା, ସେ କହିବାରୁ ଆମେ ଓହରିଗଲୁ। ସେହିପରି ସନ୍ତୋଷ ସିଂହ ସାଲୁଜା ମଧ୍ୟ ସିଏଲ୍‌ପି ନେତା କଥା ମାନିବାକୁ ବାଧ୍ୟ ବୋଲି କହିଥିଲେ।

ସେହିପରି ପରୀ ପ୍ରସଙ୍ଗରେ SIT ଗଠନକୁ ଐତିହାସିକ ସଫଳତା ବୋଲି କହିଥିଲେ ନରସିଂହ ମିଶ୍ର। ବିଧାନସଭା ଇତିହାସରେ ଯାହା ହୋଇନି ତାହା ହେଲା। ରାଜ୍ୟ ସରକାର ହାଇକୋର୍ଟଙ୍କୁ ପୂର୍ବରୁ କେବେ SIT ପାଇଁ ଲେଖିଥିଲେ ? ଆମ ଦାବିରେ ତାହା ହେଲା। କଂଗ୍ରେସର ଏହା ଐତିହାସିକ ସଫଳତା ବୋଲି ନରସିଂହ କହିଛନ୍ତି। ସିଏଲ୍‌ପି ନେତା ଦଳୀୟ ବିଧାୟକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଲେ ବୋଲି ନରସିଂହ କହିଥିଲେ।

Advertisment
Advertisment