Advertisment

ଓଡ଼ିଶାକୁ ଆଗ ମିଳିବ କରୋନା ଟିକା!

ଭୁବନେଶ୍ୱର: କରୋନା ଟିକା ପ୍ରସ୍ତୁତିରେ ସେରମ ଇନଷ୍ଟିଚ୍ୟୁଟର ସଫଳତା ପରେ ସିଇଓ ଆଦର ପୁନାୱାଲାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଭିଡିଓ କନଫରନେସିଂ ମାଧ୍ୟମରେ ଏହି ଆଲୋଚନା ହୋଇଥିଲା। ଟିକା ପ୍ରସ୍ତୁତିରେ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ପୁନାୱାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟିକା ପ୍ରସ୍ତୁତି ପରେ ଅଗ୍ରାଧିକାର ଭିତ୍ତିରେ ଓଡିଶାକୁ ଟିକା ଯୋଗାଇଦେବାକୁ ସେ ତାଙ୍କର ସହଯୋଗ ଲୋଡିଥିଲେ। ଏହାଛଡ଼ା କରୋନା ମୁକାବିଲାରେ ଓଡ଼ିଶାର ପଦକ୍ଷେପକୁ ପୁନାୱାଲା ପ୍ରଶଂସା କରିଛନ୍ତି। Hon'ble Sri @Naveen_Odisha today […]

ଅଦ୍ୟତନ ହୋଇଛି
ଓଡ଼ିଶାକୁ ଆଗ ମିଳିବ କରୋନା ଟିକା!

naveen

Advertisment

ଭୁବନେଶ୍ୱର: କରୋନା ଟିକା ପ୍ରସ୍ତୁତିରେ ସେରମ ଇନଷ୍ଟିଚ୍ୟୁଟର ସଫଳତା ପରେ ସିଇଓ ଆଦର ପୁନାୱାଲାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଭିଡିଓ କନଫରନେସିଂ ମାଧ୍ୟମରେ ଏହି ଆଲୋଚନା ହୋଇଥିଲା।

Advertisment

ଟିକା ପ୍ରସ୍ତୁତିରେ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ପୁନାୱାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟିକା ପ୍ରସ୍ତୁତି ପରେ ଅଗ୍ରାଧିକାର ଭିତ୍ତିରେ ଓଡିଶାକୁ ଟିକା ଯୋଗାଇଦେବାକୁ ସେ ତାଙ୍କର ସହଯୋଗ ଲୋଡିଥିଲେ। ଏହାଛଡ଼ା କରୋନା ମୁକାବିଲାରେ ଓଡ଼ିଶାର ପଦକ୍ଷେପକୁ ପୁନାୱାଲା ପ୍ରଶଂସା କରିଛନ୍ତି।

https://twitter.com/IPR_Odisha/status/1285867918912139264?s=20

ପୁନାୱାଲା କହିଥିଲେ, ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ତିଆରି କରାଯାଉଥିବା ଟିକାର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ପଭିଟିଭ୍ ରେଜଲ୍ଟ ଦେଉଛି। ଭାରତରେ ଅଗଷ୍ଟ ମାସରେ ଏହାର ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ। ଯଦି ପରୀକ୍ଷା ସଫଳ ରୁହେ, ତାହେଲେ ଟିକା ଆଗାମୀ ଅକ୍ଟୋବର-ନଭେମ୍ବରରେ ଭାରତକୁ ଆସିବାର ସମ୍ଭାବନା ରହିଛି। ତା'ଛଡ଼ା କ୍ଲିୟରାନ୍ସ ମିଳିବା ପରେ ଓଡ଼ିଶାକୁ ଆଗ ଟିକା ମିଳିବା ନେଇ ମଧ୍ୟ ଆଶା ରହିଛି।

Advertisment

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା କମ୍ ରହିଛି। ଏଭଳି ସ୍ଥିତିରେ ରାଜ୍ୟରେ ଭ୍ୟାକସିନ୍ କାମରେ ପୁନାୱାଲାଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି। ପୁନାୱାଲା ମଧ୍ୟ ସହଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବେ ବୋଲି କହିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ