Advertisment

ଏଣିକି ୨୦୦ ଦିନ କାମ ସାଙ୍ଗକୁ ଦୈନିକ ୨୮୬ ଟଙ୍କା ୩୦ ପଇସା ମଜୁରୀ ମିଳିବ

ଭୁବନେଶ୍ୱର: ମନରେଗାରେ ଏଣିକି ୧୦୦ ଦିନ ବଦଳରେ ୨୦୦ ଦିନର କର୍ମନିଯୁକ୍ତି ପାଇବେ ରାଜ୍ୟର ୪ଟି ଜିଲ୍ଲାର ଲୋକେ।ଦାଦନ ପ୍ରବଣ ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲା ପାଇଁ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। କେବଳ ଏତିକି ନୁହେଁ, ଏହି ୪ ଜିଲ୍ଲାରେ ଶ୍ରମିକମାନଙ୍କୁ ମନରେଗାରେ ଦୈନିକ ୧୮୮ଟଙ୍କା ବଦଳରେ ୨୮୬ ଟଙ୍କା ୩୦ ପଇସା ମଜୁରୀ ମିଳିବ। ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ […]

ଏଣିକି ୨୦୦ ଦିନ କାମ ସାଙ୍ଗକୁ ଦୈନିକ ୨୮୬ ଟଙ୍କା ୩୦ ପଇସା ମଜୁରୀ ମିଳିବ

naveen

Advertisment

ଭୁବନେଶ୍ୱର: ମନରେଗାରେ ଏଣିକି ୧୦୦ ଦିନ ବଦଳରେ ୨୦୦ ଦିନର କର୍ମନିଯୁକ୍ତି ପାଇବେ ରାଜ୍ୟର ୪ଟି ଜିଲ୍ଲାର ଲୋକେ।ଦାଦନ ପ୍ରବଣ ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲା ପାଇଁ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।

Advertisment

କେବଳ ଏତିକି ନୁହେଁ, ଏହି ୪ ଜିଲ୍ଲାରେ ଶ୍ରମିକମାନଙ୍କୁ ମନରେଗାରେ ଦୈନିକ ୧୮୮ଟଙ୍କା ବଦଳରେ ୨୮୬ ଟଙ୍କା ୩୦ ପଇସା ମଜୁରୀ ମିଳିବ।

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରମଦିବସ ଓ ପାରିଶ୍ରମିକ ବୃଦ୍ଧି ସହିତ ଶ୍ରମିକଙ୍କୁ ସହଜରେ ପ୍ରାପ୍ୟ ଦେବା ନିମନ୍ତେ ୫ଶହ କୋଟିର କର୍ପସ ପାଣ୍ଠି ଗଠନ କରାଯାଇଛି।

Advertisment

୪ ଜିଲ୍ଲାର ୨୦ ପଞ୍ଚାୟତର ସବୁ ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯିବ। ସମସ୍ତ ଏସ୍ଏଚ୍‌ଜି ସଦସ୍ୟଙ୍କୁ ବୀମାଭୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି। ଏବଂ ୨୦ ବ୍ଲକରେ ଥିବା ଯୋଗ୍ୟ ପରିବାରକୁ ପକ୍କା ଘର ଦେବାର ବ୍ୟବସ୍ଥା ମଧ୍ୟ ହେଉଛି।

ଏଥିସହ ପ୍ରବାସୀ ଶ୍ରମିକପ୍ରବଣ ୧୧ଟି ଜିଲ୍ଲା ପାଇଁ ଆକ୍ସନ୍ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରାଯାଇଛି।  ଅନ୍‌ଲାଇନ୍‌ରେ ଶ୍ରମିକଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଆଜି ଇ-ଶ୍ରମିକ ସାମାଧାନ ୱେବସାଇଟ ଓ ୨୪ଘଣ୍ଟିଆ ଶ୍ରମିକ ସହାୟତା ହେଲ୍‌ପ ଲାଇନ୍‌ର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ