Advertisment

CM Mohan Majhi to Attend Parivartan Yatra: ଆଜି ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜୋର ଧରିଲାଣି ରାଜନୀତି

ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପରିବର୍ତ୍ତନ ଯାତ୍ରା ସମାବେଶ ଓ ଜନସଭାରେ ଯୋଗଦେବେ। ମୋୟନା ନିର୍ବାଚନ ମଣ୍ଡଳୀରେ ସମ୍ବୋଧନ କରିବେ।

Mohan Charan Majhi

Mohan Charan Majhi Photograph: (OTV)

Advertisment

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଜୋର୍ ଧରିଲାଣି ରାଜନୀତି। ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପିର ପରିବର୍ତ୍ତନ ଯାତ୍ରା ସମାବେଶ ଓ ଜନସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମେଦିନୀପୁର ମୋୟନା ନିର୍ବାଚନ ମଣ୍ଡଳୀରେ ଏକ ଜନସଭାକୁ ସମ୍ବୋଧନ କରିବେ ମୋହନ। 

Advertisment

ବଙ୍ଗ ଦଖଲ୍ ପାଇଁ ସବୁଦଳରେ ଆରମ୍ଭ ହୋଇଛି ଜୋରଦାର କସରତ। କଳ, ବଳ, କୌଶଳ ଖଟାଇ ଏଥର ଯେମିତି ଟିଏମସି ହାତରୁ ପଶ୍ଚିମବଙ୍ଗକୁ ଛଡ଼ାଇ ଆଣି ନିଜେ କେମିତି କବଜା କରିବ, ଏଥିପାଇଁ ବିଜେପି ତିଆରି କରିଛି ସ୍ବତନ୍ତ୍ର ରଣନୀତି। ଏହି ଲକ୍ଷ୍ୟରେ ବିଜେପି ଆରମ୍ଭ କରିଛି ବଡ଼ ଅଭିଯାନ। 

ଆଇନ ଶୃଙ୍ଖଳା ପରିସ୍ଥିତି, ଦୁର୍ନୀତି ଏବଂ ବିକାଶକୁ ପ୍ରସଙ୍ଗ କରିବା ସହ ରାଜ୍ୟର ବିଭିନ୍ନ ପରିବର୍ତ୍ତନ ଯାତ୍ରା ଏବଂ ବଡ଼ ଜନସଭା କରିବ ବିଜେପି।

Advertisment
BJP odisha cm mohan charan majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ