Advertisment

ନିଆଁ ଲାଗି ୩ ଶିଶୁ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ପାଳ ଘରେ ନିଆଁ ଲାଗି ୩ ଶିଶୁଙ୍କ ମୃତ୍ୟୁକୁ ନେଇ ଶୋକପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପରିବାର ପିଛା ୪ ଲକ୍ଷ ଟଙ୍କା ଅନୁକମ୍ପାରାଶି ଘୋଷଣା କରିଛନ୍ତି। ଏହାସହ ଆହତ ଥିବା ଶିଶୁର ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ସକାଳେ ଘରପାଖ ବାଡ଼ିରେ ୫ରୁ ୭ ବର୍ଷ ବୟସ୍କ ୪ ଜଣ ପିଲା ଏକ ପାଳଘର କରି ଖେଳୁଥିଲେ। ସେମାନେ ହେଲେ ଇତିଶ୍ରୀ […]

ନିଆଁ ଲାଗି ୩ ଶିଶୁ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Untitled-4

Advertisment

ଗଞ୍ଜାମ: ପାଳ ଘରେ ନିଆଁ ଲାଗି ୩ ଶିଶୁଙ୍କ ମୃତ୍ୟୁକୁ ନେଇ ଶୋକପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପରିବାର ପିଛା ୪ ଲକ୍ଷ ଟଙ୍କା ଅନୁକମ୍ପାରାଶି ଘୋଷଣା କରିଛନ୍ତି। ଏହାସହ ଆହତ ଥିବା ଶିଶୁର ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ଆଜି ସକାଳେ ଘରପାଖ ବାଡ଼ିରେ ୫ରୁ ୭ ବର୍ଷ ବୟସ୍କ ୪ ଜଣ ପିଲା ଏକ ପାଳଘର କରି ଖେଳୁଥିଲେ। ସେମାନେ ହେଲେ ଇତିଶ୍ରୀ ଜେନା (୫), ସାଇରାମ ଜେନା (୭), ଦୀପକ ଗୌଡ଼ (୭) ଓ ଆଲୋକ ଜେନା (୬)। ଏହି ସମୟରେ ସେମାନେ ଏକ ଚୁଲି କରି ସେଥିରେ ନିଆଁ ଲଗାଇଥିଲେ। ସେହି ନିଆଁ ସେମାନେ କରିଥିବା ପାଳଘର ଓ ପାଳଗଦାରେ ଲାଗି ଯାଇଥିଲେ। ସେହି ନିଆଁରେ ପିଲାମାନେ ଫସି ଯାଇଥିଲେ। ଚେଷ୍ଟା କରି ମଧ୍ୟ ବାହାରି ପାରି ନ ଥିଲେ।

ଫଳରେ ୪ ଜଣ ଯାକ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ। ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ ଶିଶୁମାନେ ହେଲେ ଇତିଶ୍ରୀ, ସାଇରାମ ଓ ଦୀପକ। ଆଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ