bjp
ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସରିଛି। ବାକି ୨ ପର୍ଯ୍ୟାୟ ପାଇଁ ଅଧିକାଂଶ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ତେବେ ପ୍ରାର୍ଥୀ ଘୋଷଣାରେ ବିଜେଡି ଓ କଂଗ୍ରେସ୍କୁ ପଛରେ ପକାଇ ଦେଇଛି ବିଜେପି।
ବିଜେପି ରାଜ୍ୟର ମୋଟ ୧୭ ଲୋକସଭା ଓ ୧୩୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବାକି ରହିଛି ୪ ଲୋକସଭା ଓ ୧୫ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା।
କଂଗ୍ରେସ ଏଯାଏ ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୩ ଲୋକସଭା ଆସନରେ ସହଯୋଗୀ ଦଳ ସହ ବୁଝାମଣା କରିଛି। ତେଣୁ କଂଗ୍ରେସର ଆଉ ୧୦ଟି ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ବାକି ରହିଛି। ଦଳ ଆହୁରି ୪୮ ବିଧାନସଭା ଆସନ କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା କରିବ।
ସେହିପରି ବିଜେଡି ଏଯାଏ ୩ ଲୋକସଭା ଓ ୪୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bjp-24_1626759035.jpg)