Odisha Bandh Photograph: (OTV)
ଆଜି ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ପାଳନ। ସକାଳ ୬ରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ପାଳନ। ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଏବଂ ବିଜୁଳି ଟାରିଫକୁ ନେଇ ଟାଟା ପାୱାରର ମନମାନିକୁ ବିରୋଧ କରି ବନ୍ଦ ଡାକରା। ସମସ୍ତ ଅତ୍ୟାବଶ୍ୟକ ସେବା ବନ୍ଦରୁ ବାଦ୍ ପଡିବ।
ରାଜ୍ୟ ରାଜପଥ ସହ ଜାତୀୟ ରାଜପଥରେ ପିକେଟିଂ କରି ଚକ ଅଖ ବନ୍ଦ କରାଯିବ। ଆଜିର ଓଡ଼ିଶା ବନ୍ଦ ପାଳନକୁ ସମର୍ଥନ କରୁଛି କଂଗ୍ରେସ। ସମର୍ଥନ ନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି। ବନ୍ଦ ପାଳନକୁ ସମର୍ଥନ ଜଣାଇବାକୁ ସବୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ରହିଛି।
ଅନ୍ୟପଟେ ବିଜେଡି ବନ୍ଦ ଡାକରାକୁ ସିଧାସଳଖ ସମର୍ଥନ ଦେଇ ନଥିଲେ ମଧ୍ୟ ଏହାକୁ ସ୍ୱାଗତ କରିବା ସହ ସାମ୍ବାଦିକ ସମ୍ମିଳନୀ କରି ସାଧୁବାଦ ଜଣାଇଛି। ଏପଟେ ନବନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦକୁ ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି କହିଛି ବିଜେପି। ଶକ୍ତି ନଥିବାରୁ ସେମାନଙ୍କ କାନ୍ଧରେ ଲାଉ ହେଉଛି କଂଗ୍ରେସ। ବନ୍ଦର କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛି ବିଜେପି।
ଆଜି ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା
ସକାଳ ୬ରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ପାଳନ
ମଣ୍ଡି, PUCC ଓ ଟାଟା ପାୱାର ବିରୋଧରେ ବନ୍ଦ ଡାକରା
ବନ୍ଦରୁ ବାଦ୍ ପଡିବ ଅତ୍ୟାବଶ୍ୟକ ସେବା
ବନ୍ଦକୁ କଂଗ୍ରେସର ନୈତିକ ସମର୍ଥନ ଓ ବିଜେଡିର ସ୍ୱାଗତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/28/odisha-bandh-2026-01-28-08-21-17.jpg)