Advertisment

Speaker Calls All-Party Meet: ଚାଲିପାରୁନି ବିଧାନସଭା, ‍ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ବିରୋଧୀଙ୍କ ହଟ୍ଟଗୋଳ, ଚାଲିପାରୁନି ବିଧାନସଭା। ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି ହଟ୍ଟଗୋଳ ଆରମ୍ଭ କରିଥିଲେ ବିରୋଧୀ।

OLA

OLA Photograph: (OTV)

Advertisment

ବିରୋଧୀଙ୍କ ହଟ୍ଟଗୋଳ, ଚାଲିପାରୁନି ବିଧାନସଭା। ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି ହଟ୍ଟଗୋଳ ଆରମ୍ଭ କରିଥିଲେ ବିରୋଧୀ। ଚାଷୀ ପ୍ରସଙ୍ଗରେ ହାତରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟ ହୋହଲ୍ଲା ଓ ନାରାବାଜି କରିଥିଲେ। 

Advertisment

ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ବେ ବିରୋଧୀ ସଦସ୍ୟ ନିଜ ଆସନରେ ବସିନଥିଲେ। ଫଳରେ ପ୍ରଶ୍ନକାଳ ମାତ୍ର ୬ ମିନିଟ୍ ଚାଲିପାରିଥିଲା। ବାଧ୍ୟ ହୋଇ ଗୃହକୁ ପ୍ରଥମେ ସାଢେ ୧୧ଟା ଓ ପରେ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ଗୃହକୁ ଚଳାଇ ଦେଉନଥିବାରୁ ବିରୋଧୀଙ୍କୁ ସମାଲୋଚନା କରିଛି ଶାସକ ଦଳ। 

ବିଜେପି କହିଛି, ସରକାର ପ୍ରସ୍ତୁତ ଥିବା ବେଳେ  ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ସଦସ୍ୟ ଇଚ୍ଛା ପ୍ରକାଶ କରୁନାହାନ୍ତି। ସେପଟେ ଅପରାହ୍ନରେ ଆସିବ ୨୦୨୬-୨୭ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। 

Advertisment

ଗତ ବର୍ଷ ରାଜ୍ୟ ସରକାର ମୂଳ ବଜେଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ଏଥର ବଜେଟ ଆକାର ୩ ଲକ୍ଷ ୨୦ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି।

All-party Meet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ