Advertisment

ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଚଳିତମାସ ୩୦ ତାରିଖ ପୂର୍ବରୁ ବସିବ ବିଧାନସଭା ଅଧିବେଶନ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ କଥା ହୋଇଛନ୍ତି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତି କହିଛନ୍ତି, ଆମ ବିଧାନସଭା ଆଇନ୍ ଓ ସମ୍ବିଧାନରେ ନିୟମ ଅଛି ଯେ ଥରେ ବିଧାନସଭା ବସିଲେ, ତା’ର ୬ ମାସ ଭିତରେ ହିଁ ପରବର୍ତ୍ତୀ ଅଧିବେଶନ ବସିବ। ଯେହେତୁ ମାର୍ଚ୍ଚ ୨୯ ତାରିଖରେ ଶେଷଥର ପାଇଁ ଆମର ବିଧାନସଭା ଅଧିବେଶନ […]

ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ

assembly

Advertisment

ଭୁବନେଶ୍ୱର: ଚଳିତମାସ ୩୦ ତାରିଖ ପୂର୍ବରୁ ବସିବ ବିଧାନସଭା ଅଧିବେଶନ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ କଥା ହୋଇଛନ୍ତି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

Advertisment

ବାଚସ୍ପତି କହିଛନ୍ତି, ଆମ ବିଧାନସଭା ଆଇନ୍ ଓ ସମ୍ବିଧାନରେ ନିୟମ ଅଛି ଯେ ଥରେ ବିଧାନସଭା ବସିଲେ, ତା'ର ୬ ମାସ ଭିତରେ ହିଁ ପରବର୍ତ୍ତୀ ଅଧିବେଶନ ବସିବ। ଯେହେତୁ ମାର୍ଚ୍ଚ ୨୯ ତାରିଖରେ ଶେଷଥର ପାଇଁ ଆମର ବିଧାନସଭା ଅଧିବେଶନ ବସିଥିଲା, ତେଣୁ ଏହାର ୬ ମାସ ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବିଧାନସଭା ବସିବା ପାଇଁ ବାଧ୍ୟ ବୋଲି ବାଚସ୍ପତି କହିଛନ୍ତି।

ବାଚସ୍ପତି ଆହୁରି କହିଛନ୍ତି, ବର୍ତ୍ତମାନ ରାଜସ୍ଥାନରେ ବିଧାନସଭା ଅଧିବେଶନ ବସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡ୍ ଲାଇନ ଆସିବା ପରେ ଆମ ରାଜ୍ୟର କୋଭିଡ୍ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି। ତେବେ ପ୍ରଥମେ ଲୋକସଭାର କାର୍ଯ୍ୟାକାଳକୁ ଦେଖିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ