Advertisment

ସମାଧାନ ହେବ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦ

ଦୀର୍ଘଦିନର ପ୍ରତୀକ୍ଷା ପରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି। ଓଡ଼ିଶା ପକ୍ଷରୁ କୋରାପୁଟ ଜିଲ୍ଲାର ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ, ଭାରପ୍ରାପ୍ତ ତହସିଲଦାର ମହାଦେବ ଭତ୍ରା, ରେଭିନ୍ୟୁ ସୁପ୍ରଭାଇଜର ପହଞ୍ଚି  ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ବିବାଦର ସମାଧାନ ନୁହେଁ, କେବଳ ସ୍ଥିତି ପରଖିବାକୁ ଆସିଥିଲୁ ବୋଲି ଆନ୍ଧ୍ରର ଅଧିକାରୀମାନେ କହିଛନ୍ତି। ବିଶାଖାପାଟଣା ଜିଲ୍ଲାପାଳଙ୍କୁ କୋରାପୁଟ୍ ଜିଲାପାଳଙ୍କ ପକ୍ଷରୁ ଚିଠି କରାଯାଇଛି। ଉଭୟ ଜିଲ୍ଲାପାଳ […]

author-image
Otv Khabar Bureau
ସମାଧାନ ହେବ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦ

3

ଦୀର୍ଘଦିନର ପ୍ରତୀକ୍ଷା ପରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି। ଓଡ଼ିଶା ପକ୍ଷରୁ କୋରାପୁଟ ଜିଲ୍ଲାର ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ, ଭାରପ୍ରାପ୍ତ ତହସିଲଦାର ମହାଦେବ ଭତ୍ରା, ରେଭିନ୍ୟୁ ସୁପ୍ରଭାଇଜର ପହଞ୍ଚି  ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

Advertisment

ତେବେ ବିବାଦର ସମାଧାନ ନୁହେଁ, କେବଳ ସ୍ଥିତି ପରଖିବାକୁ ଆସିଥିଲୁ ବୋଲି ଆନ୍ଧ୍ରର ଅଧିକାରୀମାନେ କହିଛନ୍ତି। ବିଶାଖାପାଟଣା ଜିଲ୍ଲାପାଳଙ୍କୁ କୋରାପୁଟ୍ ଜିଲାପାଳଙ୍କ ପକ୍ଷରୁ ଚିଠି କରାଯାଇଛି। ଉଭୟ ଜିଲ୍ଲାପାଳ ଯେବେ ନୋଟିସ୍ ଜାରି କରିବା ସହ ଉପସ୍ଥିତ ରହିବେ ସେହି ଦିନ ହିଁ ଆଲୋଚନାର ବାଟ ବାହାରିବ ବୋଲି ସେମାନେ କହିଛନ୍ତି।

ଓଡ଼ିଶାର ଅଧିକାରୀ ମାନେ ଦୀର୍ଘ ୧୯୬୫ ମସିହାର ରେଭିନ୍ୟୁ ରେକର୍ଡ ଦେଖାଇବା ସତ୍ତ୍ୱେ ସେମାନେ  ମାନି ନଥିଲେ। ତେବେ ଆଲୋଚନା ବିଫଳ ହୋଇଥିଲେ ମଧ୍ୟ ଦୀର୍ଘ ଏକ ସପ୍ତାହ ପରେ ବିଶାଖାପାଟଣା ଓ ଆରୁକୁ ସଂଯୋଗ କରୁଥିବା ରାସ୍ତାରେ ଯେଉଁ ପଥର ପକାଇ ଅବରୋଧ କରାଯାଇଥିଲା ତାହାକୁ ହଟାଇ ଦିଆଯାଇଛି।

Advertisment
Advertisment
Advertisment