volly ball
ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଜାତୀୟ ଭଲିବଲ ମହାକୁମ୍ଭ। ୩୨ ଟି ପୁରୁଷ ଦଳ ଓ ୩୨ଟି ମହିଳା ଦଳରେ ପ୍ରାୟ ୧୫ଶହ ଖେଳାଳି ଓ ଅଫିସିଆଲ ଚାମ୍ପିୟାନସିପ୍ରେ ଭାଗ ନେଉଛନ୍ତି। ଆଗାମୀ ଏସିଆନ ଭଲିବଲ ଚାମ୍ପିୟାନସିପ ପାଇଁ ଭାରତୀୟ ଦଳ ବଛା ହେବ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶାକୁ ଲଗାତର ଦ୍ୱିତୀୟ ଥର ପାଇଁ ଜାତୀୟ ସିନିୟର ଚାମ୍ପିୟନସିପ୍ ଆୟୋଜନ କରିବାକୁ ସୁଯୋଗ ମିଳିଛି।
ସିନିୟର ଜାତୀୟ ଭଲିବଲ ଚାମ୍ପିୟାନଶିପ ପାଇଁ ୱାର୍ମ ଅପ୍ ଚାଲିଛି। ପ୍ରଥମ ରାଜ୍ୟ ଭାବେ ଓଡ଼ିଶାକୁ ଲଗାତର ଦ୍ୱିତୀୟ ଥର ପାଇଁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସୁଯୋଗ ମିଳିଛି। ଏଥିରେ ଭାଗ ନେଉଛନ୍ତି ୩୨ ଟି ପୁରୁଷ ଦଳ ଓ ୩୨ଟି ମହିଳା ଦଳ। ଜାତୀୟ ଭଲିବଲରେ ରେଳବାଇ, କର୍ଣ୍ଣାଟକ, ତାମିଲନାଡୁ ଭଳି ଟିମର ଦବଦବା ରହିଥିବା ବେଳେ ଓଡ଼ିଶା ବି ଏଥର ଆୟୋଜକ ଭାବେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି।
ଏନେଇ ଓଡ଼ିଶା କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶେଖର ଓଝା କହିଛନ୍ତି ଯେ କ୍ୟାମ୍ପ ୫ ଦିନ ହେଲା ଚାଲିଛି। ତେବେ କରୋନା ସମୟରେ ଅଭ୍ୟାସ ଭଲ ଭାବରେ ହୋଇପାରିଲା ନାହିଁ। ତେବେ ଏଥର ଭଲ ଟିମ୍ ଅଛି ତେଣୁ ଭଲ ରେଜଲ୍ଟ ହେବ ବୋଲି ଶୁଭ୍ରାଂଶ ଶେଖର ଓଝା କହିଛନ୍ତି। ସେପଟେ ଆନେ ନିଜ ତରଫରୁ ବେଷ୍ଟ ଦେବାକୁ ଚେଷ୍ଟା କରିବୁ ବୋଲି ମଧ୍ୟପ୍ରଦେଶ ଫୁଟ୍ବଲ ଦଳର ଅଧିନାୟକ ଅଭିଶେକ୍ ଖେସ୍ କହିଛନ୍ତି।
ପ୍ରାୟ ୧୫ଶହ ଖେଳାଳୀ ଓ ଅଫିସିଆଲ ଏହି ଜାତୀୟ ସିନିୟର ଭଲିବଲ ଚାମ୍ପିୟାନସିପ୍ରେ ଭାଗ ନେଉଛନ୍ତି। ଅଗଷ୍ଟରେ ହେବାକୁ ଥିବା ଏସିଆନ ଭଲିବଲ ଚାମ୍ପିୟନଶିପ ପାଇଁ ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସମ୍ଭାବ୍ୟ ଭାରତୀୟ ଦଳରେ ସ୍ଥାନ ମିଳିବ। ସିନିୟର କ୍ୟାମ୍ପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ଚୟନକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହିବେ। ବିଜୁ ପଟନାୟକ ଇଣ୍ଡୋର ହଲରେ ହେଉଥିବା ଏହି ଜାତୀୟ ପ୍ରତିଯୋଗିତା ଆସନ୍ତା ୧୧ ତାରିଖ ଯାଏଁ ଚାଲିବ।
ତେବେ ଏହି ପ୍ରତିଯୋଗିତାରୁ ଭାରତୀୟ ଟିମ୍ର ଚୟନ କରାଯିବ ବୋଲି ଭାରତୀୟ ଭଲିବଲ ଫେଡେରେସନର ମୁଖ୍ୟ ଚୟନକର୍ତ୍ତା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/volly-ball_1627367800.jpg)