/odishatv-khabar/media/post_attachments/uploadimage/library/16_9/16_9_0/atanu_1626690398.jpg)
atanu
ଭୁବନେଶ୍ୱର : ଓଡ଼ିଶାକୁ ଗର୍ବିତ କଲେ ଆଉ ଜଣେ ଓଡ଼ିଆ । ଅତନୁ କୁମାର ଦାସଙ୍କୁ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ସିଇଓ ପଦରେ ନିଯୁକ୍ତ କଲେ କେନ୍ଦ୍ର ସରକାର। ଆଜି ଏକ ପ୍ରେସ୍ ରିଲିଜ୍ରେ ଏଇ ସୂଚନା ଦେଇଛନ୍ତି ଭାରତ ସରକାର।
ଅତନୁ କୁମାର ଦାସ ଭୁବନେଶ୍ୱରର ୟୁନିଟ୍ ୧ ବାଳକ ଉଚ୍ଚ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ବିଜେବି କଲେଜରେ ପଢ଼ିଥିଲେ। ତାପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇକୋନୋମିକ୍ସରେ ଏମ୍ଏ କରିଛନ୍ତି। ଶ୍ରୀଯୁକ୍ତ ଦାସ ୨ ଫେବ୍ରୁଆରୀ୨୦୧୭ ମସିହାରୁ ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ। ସେ ଦିନ ଠାରୁ ସେ ସେହି ପଦରେ କାର୍ଯ୍ୟ କରୁଛନ୍ତି ।
ଏକ ସଫଳ କ୍ୟାରିୟର ସହ ଶ୍ରୀଯୁକ୍ତ ଅତନୁ କୁମାର ଦାସ ବ୍ୟାଙ୍କିଙ୍ଗରେ ଯୋଗ ଦେଇଥିଲେ । ସେ ଏପ୍ଲାଇଡ୍ ଇକୋନୋମିକ୍ସରେ ଜଣେ ପୋଷ୍ଟ ଗ୍ରାଜୁଏଟ୍ ଏବଂ UGCରୁ NET ଧାରୀ । ୧୯୯୪ ମସିହାରେ ସେ ଆଇଆଇଟି ଖଡ଼ଗପୁରରେ ପିଏଚ୍ଡି ବେଳେ ଜଣେ ଇକୋନୋମିଷ୍ଟ ଭାବେ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ପ୍ରବେଶ କରିଥିଲେ । ତାଙ୍କର ୨୬ ବର୍ଷର ବ୍ୟାଙ୍କିଙ୍ଗ୍ ଅଭିଜ୍ଞତା ଭିତରେ ସେ ଉଭୟ ପଲିସ୍ ଓ ଅପରେସନାଲ୍ ସ୍ତର ଗୁଡ଼ିକର ଦାୟିତ୍ୱ ନେଇଛନ୍ତି।
୨୦୧୫ ଜାନୁଆରୀରେ ସେ ଦିଲ୍ଲୀ ରିଜିଓନାଲର ମୁଖ୍ୟ ପଦରେ ରହିବା ପୂର୍ବରୁ , ସେ ଲକ୍ଷ୍ନୌ ରିଜନର ବିଜୟା ବ୍ୟାଙ୍କରେ ୩ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଛନ୍ତି ।
ଏହାସହ ଅତନୁ କୁମାର ଦାସ IIM(କୋଝିକୋଡ), IIM (ଅହମଦାବାଦ), ASCI,NIBM,BTC ଓ ଫ୍ରାଙ୍କଫଟ୍ ସ୍କୁଲ୍ ଅଫ୍ ବିଜ୍ନେସ୍ ଭଳି ପ୍ରମୁଖ ସଂସ୍ଥା ଗୁଡ଼ିକରେ ଆୟୋଜିତ ଅନେକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ କର୍ମାଶାଳା ଗୁଡ଼ିକରେ ଅଂଶ ଗ୍ରହଣ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)