Advertisment

Odia Music Industry Mourns: ଓଡ଼ିଆ ସଙ୍ଗୀତ ଇଣ୍ଡଷ୍ଟ୍ରିକୁ କାହାର ଲାଗିଛି ନଜର; ଛାଡ଼ି ଚାଲି ଯାଉଛନ୍ତି ଜଣକ ପରେ ଜଣେ ଲେଜେଣ୍ଡ

ଓଡ଼ିଆ ସଙ୍ଗୀତ ଜଗତକୁ ଲାଗିଛି କି କାହା ନଜର। ଅଳ୍ପ ଦିନରେ ୩ ଲିଜେଣ୍ଡଙ୍କୁ ହରାଇଲାଣି ଓଲିଉଡ୍। ହ୍ୟୁମାନ ଓ ଅଭିଜିତଙ୍କ ପରେ ଚାଲିଗଲେ ଗୀତା ପଟ୍ଟନାୟକ। କଟକ ସତୀ ଚଉରାରେ ଅନ୍ତିମ ସତ୍କାର, ଗୀତାଙ୍କୁ ଝୁରିଲେ ଫ୍ୟାନ୍।

author-image
Pramod Behera
Odia Music Industry Mourns

ଓଡ଼ିଆ ସଙ୍ଗୀତ ଇଣ୍ଡଷ୍ଟ୍ରିକୁ କାହାର ଲାଗିଛି ନଜର Photograph: (OTV)

ପ୍ରଥମ ହ୍ୟୁମାନ, ପରେ ଅଭିଜିତ୍ ଆଉ ଏବେ ଗୀତା। ଓଡ଼ିଆ ସଙ୍ଗୀତ ଜଗତକୁ ସତେ ଯେମିତି ଲାଗି ଯାଇଛି କାହା ନଜର। ଗତ ୧୨ ତାରିଖରୁ ବ୍ରେନ୍ ଷ୍ଟୋକର ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଗାୟିକା ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ଆଜି କଟକ ସତୀ ଚଉରାରେ ସମ୍ପନ୍ନ ହେଇଛି। ସେପଟେ ଅଳ୍ପ ଦିନ ଭିତରେ ୩ ଲିଜେଣ୍ଡ କଣ୍ଠଶିଳ୍ପୀଙ୍କୁ ହରାଇ ସ୍ତବ୍ଧ ଓଲିଉଡ୍।

Advertisment

ଓଡ଼ିଆ ସଙ୍ଗୀତ ଶିଳ୍ପରେ ଛାଇ ଯାଇଛି କଳା ବାଦଲ। ଅଲବିଦା କହିଲେଣି ଗୋଟାଏ ପରେ ଗୋଟାଏ ଅଦ୍ବିତୀୟ କଳାକାର। ‘ଫୁର କିନା ଉଡ଼ିଗଲା ବଣୀ’ ଯାଯାବର ସିନେମାର ଏଇ ଗୀତ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିର କାୟାକଳ୍ପ ବଦଳାଇ ଦେଇଥିଲା। ଚିରାଚରିତ ଢଙ୍ଗରୁ ଅଲଗା, ପୁରୁଣାରେ ନୂଆ ସ୍ପର୍ଶ ଆଉ ଖୋକା ଭାଇଙ୍କ ସଙ୍ଗୀତର ସ୍ବରରେ ସଜେଇ ହେଇଥିବା ଏଇ କଣ୍ଠ ଥିଲା ଗୀତା ପଟ୍ଟନାୟକ ଓ ତୃପ୍ତି ଦାସଙ୍କ। ହେଲେ ଆଉ ସେ ଗୀତର ଗୀତା ଏବେ ନାହାନ୍ତି, ସେ ବି ଉଡ଼ି ଯାଇଛନ୍ତି, ଜୀବନ ଜଞ୍ଜାଳରୁ ଏଇ ମାୟା ସାଗରରୁ।

ଯିଏ ୫୦ ବର୍ଷ ଧରି ଅଙ୍ଗାଅଙ୍ଗି ଜଡ଼ିତ। ଯାହା ସୁଖରେ ଆଉ ଯାହା ଦୁଃଖରେ ସେ ଥିଲେ ସାଥୀ। ଆଉ ନାହାନ୍ତି ଖୋକାଙ୍କ ମ୍ୟୁଜିକର ମେଲୋଡିୟସ୍ ଭଏସ ଗୀତା ପଟ୍ଟନାୟକ।...ଗତ ୧୨ ତାରିଖରେ ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଗୀତା। ଘରୋଇ ଡାକ୍ତରଖାନାରେ ଭର୍ତ୍ତି ପରେ ସେ ବ୍ରେନଷ୍ଟ୍ରୋକର୍ ଶିକାର ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ବଂଚାଇବାକୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଗତକାଲି ସନ୍ଧ୍ୟାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। 

Advertisment

ପ୍ରଥମେ ହ୍ୟୁମାନ ସାଗର ପରେ ଅଭିଜିତ୍ ଆଉ ଏବେ ଗୀତା ପଟ୍ଟନାୟକ। ଓଲିଉଡ୍ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ ସତେ ଯେମିତି ଲାଗିଛି କାହା ନଜର। ଜଣକ ପରେ ଜଣେ ଅଦ୍ବିତୀୟ କଣ୍ଠ ସବୁ ଛାଡ଼ି ଯାଉଛନ୍ତି। ପ୍ରାୟ ୪ ଦଶନ୍ଧି ଧରି ଓଡ଼ିଆ ପ୍ଲେବ୍ୟାକ୍ ରେ ନିଜ ଯାଦୁ ଛାଡ଼ିଥିବା ଗୀତା ଯେ ଏମିତି ଅଚାନକ୍ ଚାଲିଯିବେ କେହି କେବେ ଭାବି ବି ନଥିଲେ।

କିଛି ଦିନ ତଳେ ଜୀବନ ଯୁଦ୍ଧରେ ଲଢ଼ି ଲଢ଼ି ଆଖି ବୁଜିଛନ୍ତି ଓଡ଼ିଆ ମେଲୋଡି କିଙ୍ଗ୍ ଅଭିଜିତ ମୁଜୁମଦାର। ଦୀର୍ଘ ଦିନ ଧରି ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେବା ପରେ ଏବର୍ଷ ୨୫ ଜାନୁଆରୀରେ ଶେଷ ନିଃଶ୍ବାସ ନେଇଥିଲେ। ଆଉ ଏହାର ମାସ କେଇଟା ପୂର୍ବରୁ ୧୭ ନଭେମ୍ବରରେ ଅଲବିଦା କହିଥିଲେ ସଭିଙ୍କ ପ୍ରିୟ ହ୍ୟୁମାନ ସାଗର। ନିଜ ଗୀତ ଜରିଆରେ ହଜାର ହଜାର ଶ୍ରୋତାଙ୍କ ମନକୁ ବଦଳାଇ ଦେଉଥିବା କଣ୍ଠ ସବୁ ନୀରବି ଯିବା ଏବେ ଶବ୍ଦ କରିଛି ଫ୍ୟାନଙ୍କୁ।... 

କଳାକାର କେବେ ମରେନା। ବୋଧେ ଏଇ ଉକ୍ତିଟି ସତ। ସେଥିପାଇଁ ତ୍ ହ୍ୟୁମାନଙ୍କ ଗୀତ ଆଜି ବି ଶୁଣନ୍ତି ଫ୍ୟାନ, ଅଭିଜିତଙ୍କ ମ୍ୟୁଜିକରେ ଦିୱାନା ଦର୍ଶକ ଆଉ ଗୀତାଙ୍କ କଣ୍ଠ ତ ସବୁବେଳେ ଅମର।

Odia Music Industry Odia Singer Odisha News
Advertisment
Advertisment