Advertisment

ନୋଡାଲ ବିଦ୍ୟାଳୟରେ ହାଇଟେକ୍ ସ୍କୁଲର ରୂପ ; ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭଦ୍ରକ (ପାର୍ଥ ସାରଥୀ ନାୟକ) : ହାଇଟେକ୍ ସ୍କୁଲର ରୂପ ନେଇଛି ଭଦ୍ରକ ଭଣ୍ଡାରିପୋଖରୀ ନାଆମୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହା କୌଣସି ପ୍ରାଇଭେଟ ଇଂଲିଶ ମିଡିୟମ ସ୍କୁଲଠାରୁ କମ ନୁହେଁ । ସ୍ୱଚ୍ଛତା ଠାରୁ ନେଇ ସୁରକ୍ଷା, ସ୍ମାର୍ଟ କ୍ଲାସ ରୁମ ଠାରୁ ନେଇ ଅତ୍ୟାଧୁନିକ ବିଜ୍ଞାନ ଲାବ୍ରୋଟେରୀ । ସବୁକିଛି ରହିଛି ଏହି ବିଦ୍ୟାଳୟରେ।  ଏପରିକି ଶୌଚାଳୟକୁ ସୁନ୍ଦର କରାଯିବା ସହ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି । ଭଦ୍ରକ […]

ନୋଡାଲ ବିଦ୍ୟାଳୟରେ ହାଇଟେକ୍ ସ୍କୁଲର ରୂପ ; ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

school

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ) : ହାଇଟେକ୍ ସ୍କୁଲର ରୂପ ନେଇଛି ଭଦ୍ରକ ଭଣ୍ଡାରିପୋଖରୀ ନାଆମୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହା କୌଣସି ପ୍ରାଇଭେଟ ଇଂଲିଶ ମିଡିୟମ ସ୍କୁଲଠାରୁ କମ ନୁହେଁ । ସ୍ୱଚ୍ଛତା ଠାରୁ ନେଇ ସୁରକ୍ଷା, ସ୍ମାର୍ଟ କ୍ଲାସ ରୁମ ଠାରୁ ନେଇ ଅତ୍ୟାଧୁନିକ ବିଜ୍ଞାନ ଲାବ୍ରୋଟେରୀ । ସବୁକିଛି ରହିଛି ଏହି ବିଦ୍ୟାଳୟରେ।  ଏପରିକି ଶୌଚାଳୟକୁ ସୁନ୍ଦର କରାଯିବା ସହ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି ।

Advertisment

publive-imageଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନାଆମୀ ପଞ୍ଚାୟତର ନାଆମୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସ୍ୱଚ୍ଛତା ଠାରୁ ନେଇ ସୁରକ୍ଷା, ସ୍ମାର୍ଟ କ୍ଲାସ ରୁମ ଠାରୁ ନେଇ ଅତ୍ୟାଧୁନିକ ବିଜ୍ଞାନ ଲାବ୍ରୋଟେରୀ ସବୁକିଛି ରହିଛି ଏହି ବିଦ୍ୟାଳୟରେ। ଏହାସହ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ପାଇଁ ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ ପରିବେଶକୁ ପିରଷ୍କାର ପରିଛନ୍ନ ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସବୁ ବେଳେ ତତ୍ପର। ଶୌଚଳୟକୁ ସୁନ୍ଦର କରିଯିବା ସହ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି । ନିପଟ ମଫସଲରେ ଏଭଳି ଏକ ସରକାରୀ ବିଦ୍ୟାଳୟ ଯାହା ସହର ବିଦ୍ୟାଳୟ ମାନଙ୍କ ପାଇଁ ଆଦର୍ଶ ପାଲଟିଛି । ୧୯୦୦ ମସିହାରେ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ସୁବିଧା ରହିଛି ।

ବର୍ତ୍ତମାନ ଏହି ସ୍କୁଲରେ ୧୮୦ଜଣ ପିଲା ପାଠ ପଢୁଥିବାବେଳେ ପ୍ରଧାନଶିକ୍ଷକଙ୍କୁ ମିଶାଇ ୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। ବିଦ୍ୟାଳୟର ଗେଟ ଠାରୁ ଆରମ୍ଭ କରି ଶ୍ରେଣୀ ଗୃହ ପର୍ଯ୍ୟନ୍ତ ସବୁ ହାଇଟେକ । ୨୦୧୭ମସିହାରେ ବ୍ଲକସ୍ତରରେ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର,୨୦୧୯ରେ  ଜିଲ୍ଲାରେ ସ୍ୱଚ୍ଛ ବିଦ୍ୟାଳୟର ପୁରସ୍କାର ଓ ଗାରିମାରେ ବ୍ରୋଞ୍ଜ ମେଡାଲ ପାଇଥିଲା ଏହି ବିଦ୍ୟାଳୟ । ତେବେ ବିଦ୍ୟାଳୟର କାୟା ପରିବର୍ତ୍ତନରେ ମୁଖ୍ୟ ସୂତ୍ରଧର ପ୍ରଧାନଶିକ୍ଷକ ଥିବା ବେଳେ ଛାତ୍ରଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ କମିଟିର ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉଦ୍ୟମ ଯୋଗୁଁ ଏହା ସଫଳ ହୋଇ ପାରିଥିବା କହିଛନ୍ତି ପ୍ରଧାନ ଶିକ୍ଷକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ