2308976543
ଭୁବେନଶ୍ୱର : ଅଗ୍ରଣୀ ଖବର ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡ଼ିଆ ପକ୍ଷରୁ ବିଗତ ବର୍ଷ ଭଳି ୨୦୧୯ରେ ମଧ୍ୟ 'ଓଡ଼ିଶା ଉତ୍କର୍ଷ ସମ୍ମାନ’ ପ୍ରଦାନ କରାଯିବ। ସାହିତ୍ୟ, ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡା ଆଦି ମୋଟ ୨୦ ଟି ବିଭାଗରେ ଏହି ସମ୍ମାନ ପ୍ରଦାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଆ ମିଡିଆ ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା।
୪୫ ବର୍ଷରୁ ଅଧିକ ସଫଳ, ପ୍ରସିଦ୍ଧ ତଥା ଅଣଦେଖା ହୋଇ ରହିଥିବା ୨୦ ଜଣ ପ୍ରତିଭା ଓ ଅନୁଷ୍ଠାନକୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଓଡ଼ିଶାରେ ରହୁଥିବା ତଥା ଓଡ଼ିଶା ବାହାରେ ଥିବା ଓଡ଼ିଆ କିମ୍ବା ଓଡ଼ିଶାରେ ଦୀର୍ଘ ୨୦ ବର୍ଷରୁ ଅଧିକ କାଳ କାମ କରି ଉଦାହରଣ ସାଜିଥିବା ବ୍ୟକ୍ତି ବା ଅନୁଷ୍ଠାନ ଏହି ସମ୍ମାନ ପାଇଁ ଆବେଦନ କରିପାରିବେ।
ନୋମିନେଶନ ଫର୍ମ ଅନ୍ଲାଇନ୍ରେ ଉପଲବ୍ଧ ହେବ। www.odishastory.com ୱେବ ସାଇଟ୍କୁ ଯାଇ ଏହାକୁ ଡାଉନଲୋଡ କରିପାରିବେ। ଆବେଦନର ଶେଷ ତାରିଖ ରହିଛି ନଭେମ୍ବର ୧୭, ୨୦୧୯। ଆବେଦନ ପତ୍ର odishaexcellenceaward@gmail.com ମେଲ ଆଇଡିରେ ପଠାଇ ପାରିବେ କିମ୍ବା ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ୍, ଏନ-୬/୨୭୭, ଆଇଆରସି ଭିଲେଜ, ଭୁବନେଶ୍ୱର, ୭୫୧୦୧୫ରେ ପଠାଇ ପାରିବେ। ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଫୋନ ନଂ-୦୬୭୪୨୩୬୦୨୦୩ରେ ଯୋଗାଯୋଗ କରିପାରିବେ।
ବିଗତ ବର୍ଷର ପୁରସ୍କୃତ ବ୍ୟକ୍ତିତ୍ୱମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳି ଦ୍ୱାରା ପ୍ରତିଭା ଚୟନ କରାଯିବ। ଅଧିକ ବିବରଣୀ ପାଇଁ ଉପରୋକ୍ତ ୱେବସାଇଟ୍କୁ ଯିବା ସହ ଅନୁଷ୍ଠାନର କର୍ମକର୍ତ୍ତା ସୂଚିସ୍ମିତା ସାହୁଙ୍କୁ ୭୦୦୮୩୭୬୫୭୩ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/2308976543_1625931481.jpg)