Advertisment

ଜାପାନର ଏକ ରେସ୍ତୋରାଁରେ ଗ୍ୟାସ୍‌ ଲିକ୍ ହୋଇ ଦୁଇ ଓଡ଼ିଆ ମୃତ

ଜଳେଶ୍ୱର ( ଅଜିତ୍‌ କୁମାର ଦାସ) :  ଜାପାନର ଏକ ରେସ୍ତୋରାଁରେ କାମ କରୁଥିବା ବେଳେ କାର୍ବନ ମନୋକ୍ସାଇଡ଼ ଗ୍ୟାସ ଲିକ୍ ହୋଇ ଦୁଇ ଜଣ ଓଡ଼ିଆ କାରିଗରଙ୍କ ମୃତ୍ୟୁ ହୋଇଛି। ଗତ ଜାନୁଆରୀ ୨୯ ତାରିଖରେ ଏହି ଦୁର୍ଘଟଣା ଘଟିଥିବା ବେଳେ ୩୦ ତାରିଖ ଦିନ ତାଙ୍କ ପରିବାର ଲୋକେ ଏହି ଖବର ପାଇଛନ୍ତି । ୨ ଜଣ ଓଡ଼ିଆ ମୃତକ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ କେସବା କମର୍ଦା ଅଞ୍ଚଳର ଶେଖ […]

ଜାପାନର ଏକ ରେସ୍ତୋରାଁରେ ଗ୍ୟାସ୍‌ ଲିକ୍ ହୋଇ ଦୁଇ ଓଡ଼ିଆ ମୃତ

dies

Advertisment

ଜଳେଶ୍ୱର ( ଅଜିତ୍‌ କୁମାର ଦାସ) :  ଜାପାନର ଏକ ରେସ୍ତୋରାଁରେ କାମ କରୁଥିବା ବେଳେ କାର୍ବନ ମନୋକ୍ସାଇଡ଼ ଗ୍ୟାସ ଲିକ୍ ହୋଇ ଦୁଇ ଜଣ ଓଡ଼ିଆ କାରିଗରଙ୍କ ମୃତ୍ୟୁ ହୋଇଛି। ଗତ ଜାନୁଆରୀ ୨୯ ତାରିଖରେ ଏହି ଦୁର୍ଘଟଣା ଘଟିଥିବା ବେଳେ ୩୦ ତାରିଖ ଦିନ ତାଙ୍କ ପରିବାର ଲୋକେ ଏହି ଖବର ପାଇଛନ୍ତି ।

Advertisment

୨ ଜଣ ଓଡ଼ିଆ ମୃତକ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ କେସବା କମର୍ଦା ଅଞ୍ଚଳର ଶେଖ ମନତାଜ  ଓ  ଯାଜପୁର ଜିଲ୍ଲା ବଡ଼ଚଣା ଅନ୍ତର୍ଗତ ପଠାନ ମେହେଲା ବସ୍ତିର ଶେଖ ବେହେରୁଦିନ ।  କାମାଟା ପୁଲିସ ମୃତ ଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚାଲୁ ରଖିଥିବା ବେଳେ ସେଠାରେ ଥିବା ସମ୍ପର୍କୀୟଙ୍କ ଶବ ଦେଖିପାରିନଥିବା ଅଭିଯୋଗ କରିଛନ୍ତି ।

ଏହି ଖବର ପରେ କମର୍ଦା ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଜାପାନରୁ ମୃତ ଶରୀର ଆଣିବା ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଅର୍ଥାଭାବରୁ ମୃତ ଶରୀରକୁ ପରିବାର ଲୋକେ ଆଣିବା ପାଇଁ ଅସମର୍ଥ । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ  ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି ମୃତକଙ୍କ ପରିବାର ଲୋକେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ