All Official Work in Odia Photograph: (OTV)
ସବୁ ସରକାରୀ ଅଫିସରେ ଓଡ଼ିଆରେ ହେବ ସବୁ କାର୍ଯ୍ୟ। ଏନେଇ କଡ଼ାକଡ଼ି ନିୟମ ପାଳନ କରିବାକୁ ହେବ। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।
ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ କାମ କରାଯିବ। ସମସ୍ତ ବ୍ଲକ, ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଏଣିକି ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ହେବ।
ସରକାରୀ କାର୍ଯ୍ୟାଳୟରୁ ପ୍ରକାଶ ପାଉଥିବା ସମସ୍ତ ନୋଟିସ, ବିଜ୍ଞପ୍ତି, ପତ୍ର ବିନିମୟ ଇତ୍ୟାଦି ଓଡିଆ ଭାଷାରେ ହେବ। ଯେଉଁ ଅଧିକାରୀ ଏହାର ଖିଲାପ କରିବେ, ତାଙ୍କୁ ଏହି ବିଷୟରେ ତାଗିଦ କରାଯିବ ଓ ଆବଶ୍ୟକ ହେଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ।
ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ଅଧସ୍ତନ କାର୍ଯ୍ୟାଳୟ, ସରକାରଙ୍କ ଦ୍ବାରା ପରିଚାଳିତ ସମସ୍ତ ଅନୁଷ୍ଠାନ ଯେପରିକି ବିଭିନ୍ନ ନିଗମ, ପୌର ସଂସ୍ଥା ଓ ସ୍ବୟଂ ଚାଳିତ ସଂସ୍ଥା ଇତ୍ୟାଦି ଏହି ନିର୍ଦ୍ଦେଶକୁ ପାଳନ କରିବେ।
ସରକାରୀ କାର୍ଯ୍ୟାଳୟମାନଙ୍କରେ ଏଥିପାଇଁ ସମସ୍ତ ପ୍ରକାର ସହାୟତା ଉପଲବ୍ଧ କରାଇବା ନିମନ୍ତେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି।
ସବୁ ସରକାରୀ ଅଫିସରେ ‘ଓଡ଼ିଆ’ରେ କାମ
ସରକାରୀ କାର୍ଯ୍ୟାଳୟରେ ‘ଓଡ଼ିଆ’ ହେବ ବାଧ୍ୟତାମୂଳକ
ସମସ୍ତ ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ସରକାରୀ ଅଫିସରେ କଡ଼ାକଡ଼ି ଲାଗୁ ହେବ
ସମସ୍ତ ବିଜ୍ଞପ୍ତି, ପତ୍ର ବିନିମୟ ଓଡିଆ ଭାଷାରେ ହେବ
ନିୟମ ଖିଲାପ କଲେ ଅଧିକାରୀଙ୍କ ବିରୋଧରେ ହେବ ନୋଟିସ୍
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି
ସମସ୍ତ ବିଭାଗ, ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ...
ନିଗମ, ପୌର ସଂସ୍ଥା ଓ ସ୍ବୟଂ ଚାଳିତ ସଂସ୍ଥା ନିର୍ଦ୍ଦେଶକୁ ପାଳନ କରିବେ
ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆବଶ୍ୟକ ପଦକ୍ଷେପ ନେବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/14/all-official-work-in-odia-2026-01-14-09-01-26.jpg)