Advertisment

ଓଡ଼ିଶାର ଗର୍ବ ! ବିମାନରେ ପ୍ରବାସୀଙ୍କୁ ଧରି ଦୁବାଇରୁ ଆସୁଛନ୍ତି ଲେଡି ଓଡ଼ିଆ ପାଇଲଟ୍‌

author-image
Rajalaxmi Sahoo
ଓଡ଼ିଶାର ଗର୍ବ ! ବିମାନରେ ପ୍ରବାସୀଙ୍କୁ ଧରି ଦୁବାଇରୁ ଆସୁଛନ୍ତି ଲେଡି ଓଡ଼ିଆ ପାଇଲଟ୍‌

odisha

ଭୁବନେଶ୍ୱର/ଶାର୍‌ଜାହ: ଲକ୍‌ଡାଉନ୍‌ ଯୋଗୁ ଦୁବାଇରେ ଫସିଥିବା ୨୧୫ ପ୍ରବାସୀ ଓଡ଼ିଆଙ୍କୁ ଧରି ଓଡ଼ିଶା ଫେରୁଛି ଏକ ସ୍ୱତନ୍ତ୍ର ବିମାନ। ପ୍ରବାସୀ ଓଡ଼ିଆଙ୍କୁ ଧରି Air Arabiaର ଏକ ସ୍ୱତନ୍ତ୍ର ବିମାନ ଆଜି ଶାର୍‌ଜାହ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଛାଡ଼ିବ।

Advertisment

publive-image

ସବୁଠାରୁ ବଡ଼ କଥା, ୨୧୫ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ଏହି ବିମାନର ପାଇଲଟ୍ ବି ଜଣେ ଓଡ଼ିଆ। ତାଙ୍କ ନାଁ ମଧୁସ୍ମିତା ପଟ୍ଟନାୟକ। ଦୁବାଇରେ ରହୁଥିବା ଏହି ମହିଳା ପାଇଲଟ୍‌ଙ୍କ‌ ଘର ଭୁବନେଶ୍ୱରରେ।

publive-image

ଦୁବାଇର ଓଡ଼ିଆ ସମାଜର ଉଦ୍ୟମ ତଥା ବନ୍ଦେ ଭାରତ ମିଶନ୍ ଜରିଆରେ ଏହି ସ୍ୱତନ୍ତ୍ର ବିମାନଟି ପ୍ରବାସୀ ଓଡ଼ିଆଙ୍କୁ ଧରି ଓଡ଼ିଶା ଫେରୁଛି। ଏହି ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଦୁବାଇରେ କାମ କରୁଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକ ରହିଛନ୍ତି। ବିମାନଟି ଶାର୍‌ଜାହ ବିମାନବନ୍ଦରରୁ ଆଜି ସକାଳ ୮ଟାରେ ଛାଡ଼ି ଥିବାବେଳେ ଭୁବନେଶ୍ୱର ବିମାନବନ୍ଦରରେ ଦିନ ୧ଟାରେ ପହଞ୍ଚିବ ବୋଲି ସୂଚନା ମିଳିଛି

Advertisment

publive-image

Corona Cases In Odisha Prabasi Odias Uae Prabasi Odias In Uae Odia Lady Pilot Coron Updates In Odisha
Advertisment
Advertisment