Advertisment

Abuse Allegation: ପୋଷ୍ୟ ସନ୍ତାନ ହୋଇ ଆମେରିକା ଯାଇଥିଲେ, ଏବେ ଓଡ଼ିଶା ଫେରିଯିବା ପାଇଁ ବିନତି

ଆମେରିକାରେ ନିର୍ଯ୍ୟାତନା ଦେଉଛି ପାଳିତା ମା’। କଇଁ କଇଁ ହୋଇ କାନ୍ଦୁଛନ୍ତି ପୋଷ୍ୟା ଓଡ଼ିଆ ଝିଅ। ଓଡ଼ିଶା ଫେରାଇ ନେବାକୁ ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ।

Odisha-Girl-Asking-Help

Odisha-Girl-Asking-Help Photograph: (OTV)

Advertisment

ଆମେରିକାରେ ଓଡ଼ିଆ ପୋଷ୍ୟ କନ୍ୟାକୁ ନିର୍ଯାତନା ଅଭିଯୋଗ। ଓଡ଼ିଶା ଫେରାଇ ଆଣିବାକୁ ସୋସିଆଲ୍ ମିଡିଆରେ ଆକୁଳ ନିବେଦନ କରିଛନ୍ତି ପୂଜା ଓରଫ ସେଜଲ୍ ନାମକ ୨୧ ବର୍ଷିୟା ଯୁବତୀ। ପୋଷ୍ୟ କନ୍ୟା ଭାବରେ ୨୦୧୮ ମସିହାରୁ ଆମେରିକାରେ ରହି ଆସୁଥିବା ବେଳେ ଏବେ ତାଙ୍କ ଆମେରିକିୟ ପାଳିତା ମାଆ ତାଙ୍କୁ ଦେଉଛି ନିର୍ଯାତନା। ଯାହାକୁ ନେଇ ସୋଲିଆଲ୍ ମିଡିଆରେ କାନ୍ଦି କାନ୍ଦି ଅଭିଯୋଗ କହିଛନ୍ତି ପୂଜା। 

Advertisment

ସେଠି ତାଙ୍କ ଉପରେ ବହୁତ ଅତ୍ୟାଚାର ହେବା କଥା କହୁଛନ୍ତି। ଏପରିକି ସେ ଜଣେ ହିନ୍ଦୁ ଝିଅ ହୋଇଥିଲେ ମଧ୍ୟ ତାଙ୍କୁ ଖ୍ରୀଷ୍ଟିଆନ କରାଇଦେବାକୁ କରାଯାଉଛି ବାଧ୍ୟ। ନିର୍ଯ୍ୟାତନାରେ ଅତିଷ୍ଟ ହୋଇ ସେ ଓଡ଼ିଶା ଫେରିବାକୁ ଚାହୁଁଥିଲେ ମଧ୍ୟ ୨୦୨୩ରୁ ତାଙ୍କ ଭିସା ଶେଷ ହୋଇଯାଇଥିବାରୁ ଫେରି ପାରୁନାହାନ୍ତି। ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କୁ ହାତ ଯୋଡ଼ି ଓଡ଼ିଶାକୁ ଫେରାଇ ନେବାକୁ କରିଛନ୍ତି ନିବେଦନ । 

ରିପୋର୍ଟ ଅନୁସାରେ ପୂଜା ଓଡ଼ିଶାର କୋଲାଠିଆ ଅଞ୍ଚଳରେ ୨୦୦୬ରେ ଜନ୍ମ ଗ୍ରହଣ କରିଥିଲେ। ହେଲେ ଛୋଟ ବେଳେ ନିଜ ବାପାମା ଠାରୁ ଟ୍ରେନରେ ହଜି ଯାଇଥିଲେ ପୂଜା। ତାଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରି ଓଡ଼ିଶା ପଠେଇବା ପରେ ପ୍ରଥମେ ନୀଳଗିରି ତାପରେ ଭୁବନେଶ୍ୱର ନହରକଣ୍ଟାରେ ଥିବା ଏକ କନ୍ୟାଶ୍ରମରେ ରହି ପାଠ ପଢୁଥିଲେ। ୨୦୧୮ ମସିହାରେ ଆମେରିକୀୟ ଦମ୍ପତି ପୂଜାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଆମେରିକା ନେଇ ଯାଇଥିଲେ। ତେବେ ୨୦୨୩ ମସିହାରେ ପୂଜା Instagram ରେ ବାଲେଶ୍ଵରର ଅମର ଦାସ ସହ ଯୋଗାଯୋଗରେ ଆସିଲେ। ଆଉ ତାଙ୍କୁ କିପରି ପାଳିତା ମା’ ନିର୍ଯାତନା ଦେଉଥିବା କଥା କହିଥିଲେ। 

Advertisment

ଓଡ଼ିଶା ଫେରି ନିଜ ବାପା ମାଆଙ୍କୁ  ଖୋଜିବାକୁ ଚାହୁଁଛନ୍ତି ପୂଜା। ହେଲେ ତାକୁ ପାଳିତା ମାଆ ଛାଡୁ ନ ଥିବା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି। ଆଉ ଓଡ଼ିଶା ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ।

USA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ