Advertisment

ଓଡିଶା ପାଇଁ ଗୌରବ ଆଣିଲେ ଅନ୍ୱେଷା

ଭୁବନେଶ୍ୱର : ଓଡିଶା ପାଇଁ ଗୌରବ ଆଣିଲେ ଆଉ ଜଣେ ଓଡ଼ିଆ ଝିଅ। ଖୋର୍ଦ୍ଧାର ଅନ୍ୱେଷା ଭଞ୍ଜଦେଓ ସୁଦୂର ଦିଲ୍ଲୀରେ ଆୟୋଜିତ ଇଭିକ୍ ମିସ୍ ଇଣ୍ଡିଆ ୟୁନିଭର୍ସରେ ଅଂଶଗ୍ରହଣ କରି ସେକେଣ୍ଡ ରନର୍ସଅପ୍‌ ହୋଇଛନ୍ତି। ସେ ସେଣ୍ଟ ଜାଭିୟର ହାଇସ୍କୁଲ, ଚନ୍ଦ୍ରଶେଖରପୁରରେ ପଢୁଛନ୍ତି । ନିଜର ଏହି ସଫଳତାର ଅନୁଭୁତି ବିଷୟରେ ଅନ୍ୱେଷା କହନ୍ତି ଏହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଦେଶର ଅନେକ ସହରରୁ ଆସିଥିବା ବହୁ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ସେ […]

author-image
Pradesh Pratyush
ଓଡିଶା ପାଇଁ ଗୌରବ ଆଣିଲେ ଅନ୍ୱେଷା

BEAUTY

ଭୁବନେଶ୍ୱର : ଓଡିଶା ପାଇଁ ଗୌରବ ଆଣିଲେ ଆଉ ଜଣେ ଓଡ଼ିଆ ଝିଅ। ଖୋର୍ଦ୍ଧାର ଅନ୍ୱେଷା ଭଞ୍ଜଦେଓ ସୁଦୂର ଦିଲ୍ଲୀରେ ଆୟୋଜିତ ଇଭିକ୍ ମିସ୍ ଇଣ୍ଡିଆ ୟୁନିଭର୍ସରେ ଅଂଶଗ୍ରହଣ କରି ସେକେଣ୍ଡ ରନର୍ସଅପ୍‌ ହୋଇଛନ୍ତି। ସେ ସେଣ୍ଟ ଜାଭିୟର ହାଇସ୍କୁଲ, ଚନ୍ଦ୍ରଶେଖରପୁରରେ ପଢୁଛନ୍ତି ।

Advertisment

ନିଜର ଏହି ସଫଳତାର ଅନୁଭୁତି ବିଷୟରେ ଅନ୍ୱେଷା କହନ୍ତି ଏହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଦେଶର ଅନେକ ସହରରୁ ଆସିଥିବା ବହୁ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ସେ ଏଇ ସଫଳତା ପାଇଛନ୍ତି। ଏଥିସହ ଆହୁରି ଦୁଇଟି ପୁରସ୍କାର ବେଷ୍ଟ ରାମ୍ପ ୱାକ୍‌ ଓ ବେଷ୍ଟ ଆଇକନିକ୍ ଆଇଜ୍ ଜିତିଛନ୍ତି ସେ ।

ତାଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦେଇଥିବାରୁ ଅନ୍ୱେଷା ଓଡିଶା ଫ୍ୟାଶନ ଭିଲ୍ଲାକୁ ଧନ୍ୟବାଦ ଜଣେଇଛନ୍ତି। ଫ୍ୟାଶନ ଜଗତରେ ଓଡିଶାକୁ ଗୌରବାନ୍ୱିତ  କରୁଥିବା ପ୍ରତିଯୋଗୀ ମାନଙ୍କୁ ସରକାରଙ୍କ ତରଫରୁ ସହାୟତା କରାଗଲେ ଅନେକ ପ୍ରତିଯୋଗିତାରେ ଓଡିଶାକୁ ଆହୁରି ସଫଳତା ମିଳିପାରିବେ ବୋଲି ଲୋକମାନେ ମତ ଦେଇଛନ୍ତି।

Advertisment
Advertisment
Advertisment