Advertisment

ଆଉ ନାହାନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶାରଦା ନାୟକ

ଭୁବନେଶ୍ୱର: ଓଡ଼ିଆ ସିନେଜଗତ ପାଇଁ ଦୁଃଖଦ ଖବର। ଆଉ ନାହାନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଗୀତିକାର ଶାରଦା ପ୍ରସନ୍ନ ନାୟକ। ୯୪ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ଶାରଦାଙ୍କ ସାନ ଭାଇ ସଂଗୀତଜ୍ଞ ସ୍ୱରୂପ ନାୟକ ସୂଚନା ଦେଇଛନ୍ତି। ଶାରଦା ଅନେକ ସଫଳ ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଅନେକ ଫିଲ୍ମରେ ମଧ୍ୟ ସଂଳାପ […]

ଆଉ ନାହାନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶାରଦା ନାୟକ

sharada

Advertisment

ଭୁବନେଶ୍ୱର: ଓଡ଼ିଆ ସିନେଜଗତ ପାଇଁ ଦୁଃଖଦ ଖବର। ଆଉ ନାହାନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଗୀତିକାର ଶାରଦା ପ୍ରସନ୍ନ ନାୟକ। ୯୪ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି।

Advertisment

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ଶାରଦାଙ୍କ ସାନ ଭାଇ ସଂଗୀତଜ୍ଞ ସ୍ୱରୂପ ନାୟକ ସୂଚନା ଦେଇଛନ୍ତି। ଶାରଦା ଅନେକ ସଫଳ ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଅନେକ ଫିଲ୍ମରେ ମଧ୍ୟ ସଂଳାପ ଦେଇଥିଲେ। ଶାରଦାଙ୍କ ସଫଳ ଫିଲ୍ମ ମଧ୍ୟରେ ରହିଛି 'ଲକ୍ଷ୍ମୀ', 'କା', 'ସ୍ତ୍ରୀ', ସଂସାର।

ଶାରଦାଙ୍କ ନିର୍ଦ୍ଦେଶିତ 'ଲକ୍ଷ୍ମୀ' ଚଳଚ୍ଚିତ୍ର ରାଷ୍ଟ୍ରପତି ପୁରସ୍କାର ହାସଲ କରିଥିଲା। ୨୦୧୩ରେ ସେ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାଙ୍କ ଦେହାନ୍ତରେ ସିନେଜଗତରେ ଶୋକର ଛାୟା ଖେଳିଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ