Advertisment

ଦିଲ୍ଲୀ ଦଙ୍ଗାରେ ଓଡ଼ିଆ ପରିବାର ହନ୍ତସନ୍ତ: ୪ ଦିନ ଧରି ଘର ଭିତରେ ବନ୍ଦ୍

ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଓ ପୋଡ଼ାଜଳାରେ ପ୍ରଭାବିତ ହୋଇଛନ୍ତି ବହୁ ଓଡ଼ିଆ ପରିବାର। ହିଂସା ସହ ନେଣଦେଣ ନଥିଲେ ବି ଦଙ୍ଗାରେ କ୍ଷତି ସହିବାକୁ ପଡ଼ିଛି। ଘଟଣା ପରଠୁ ଦୀର୍ଘ ୪ ଦିନ ଧରି ଘର ଭିତରେ ବନ୍ଦ୍ ଅବସ୍ଥାରେ ରହିବା ସହ ଭୟ ଆଉ ଆତଙ୍କରେ ରହିଛନ୍ତି ଏମାନେ।  ହିଂସାର ୫ ଦିନ ପରେ ଆଜି ପ୍ରଭାବିତ ଖଜୁରୀଖାସ୍ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ ବେଳେ ଓଟିଭିର କ୍ୟାମେରା ଟିମ୍ ଆଗରେ ବଖାଣିଛନ୍ତି […]

ଦିଲ୍ଲୀ ଦଙ୍ଗାରେ ଓଡ଼ିଆ ପରିବାର ହନ୍ତସନ୍ତ: ୪ ଦିନ ଧରି ଘର ଭିତରେ ବନ୍ଦ୍

dsdf

Advertisment

ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଓ ପୋଡ଼ାଜଳାରେ ପ୍ରଭାବିତ ହୋଇଛନ୍ତି ବହୁ ଓଡ଼ିଆ ପରିବାର। ହିଂସା ସହ ନେଣଦେଣ ନଥିଲେ ବି ଦଙ୍ଗାରେ କ୍ଷତି ସହିବାକୁ ପଡ଼ିଛି। ଘଟଣା ପରଠୁ ଦୀର୍ଘ ୪ ଦିନ ଧରି ଘର ଭିତରେ ବନ୍ଦ୍ ଅବସ୍ଥାରେ ରହିବା ସହ ଭୟ ଆଉ ଆତଙ୍କରେ ରହିଛନ୍ତି ଏମାନେ।  ହିଂସାର ୫ ଦିନ ପରେ ଆଜି ପ୍ରଭାବିତ ଖଜୁରୀଖାସ୍ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ ବେଳେ ଓଟିଭିର କ୍ୟାମେରା ଟିମ୍ ଆଗରେ ବଖାଣିଛନ୍ତି ଭୟ ଓ ଆତଙ୍କର ସେ ଲୋମଟାଙ୍କୁରା ଅନୁଭୂତି।

Advertisment

ସେ ମୁହୂର୍ତ୍ତକୁ ଭାଷା କି ଭାବରେ ବର୍ଣ୍ଣନା କରିବା ଯେତିକି କଷ୍ଟସାଧ୍ୟ ତାଠୁ ଆହୁରି ଯନ୍ତ୍ରଣାଦାୟକ ଥିଲା ହିଂସା ପରର ସ୍ଥିତି। ହିଂସାର ୫ ଦିନ ପରେ ଆଜି ସ୍ଥିତିରେ ସୁଧାର ଆସିବାରୁ ପ୍ରଭାବିତ ଖଜୁରିଖାସ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଥିଲା ଓଟିଭି ଟିମ୍। ଆଉ ଏତିକି ବେଳେ ଧ୍ୱସ୍ତ ବିଧ୍ୱସ୍ତ ଇଲାକାରେ ଦୀର୍ଘ ୪ ଦିନ ଧରି ବନ୍ଦ୍ ଘର ଭିତରେ ରହୁଥିବା କିଛି ଓଡ଼ିଆ ପରିବାରକୁ ଭେଟିଥିଲା ଆମ କ୍ୟାମେରା ଟିମ୍। ହିଂସା ସହ ସାମାନ୍ୟ ନେଣଦେଣ ନଥାଇବି ଗଲା ୪ ଦିନ ଧରି କିଭଳି ଅକଥନୀୟ ଶାସ୍ତି ଭୋଗୁଛନ୍ତି, ତାହା ବାସ୍ପରୁଦ୍ଧ କଣ୍ଠରେ ବଖାଣିଥିଲେ ବହୁ ଓଡ଼ିଆ ପରିବାର।

ଏପଟେ ହିଂସା ପ୍ରଭାବିତ ଅଧିକାଂଶ ଅଞ୍ଚଳରେ ଧିରେ ଧିରେ ସୁଧୁରୁଛି ସ୍ଥିତି । କିଛି ଅଞ୍ଚଳରେ ଏବେ ବି ୧୪୪ ବଳବତ୍ତର ଥିଲେ ବି ଗୋକୁଳପୁରୀ, ଚାନ୍ଦବାଗ, ଭଜନପୁରା, ଖଜୁରୀଖାସ୍, କରଓ୍ୱଲ ନଗର ଓ ବ୍ରହ୍ମପୁରୀ ଆଦି ଅଞ୍ଚଳରେ କାଁ ଭାଁ ଦୋକାନବଜାର ଖୋଲିବା ସହ ରାସ୍ତାରେ ଗାଡ଼ି ଚଳାଚଳ ବି ସ୍ୱାଭାବିକ୍‌ ହୋଇଛି। ପୁଲିସ, ସିଆଇଏସଏଫ, ବିଏଏସଏଫ୍ ଓ ରାପିଡ୍ ଆକ୍ସନ ଫୋର୍ସର ଫ୍ଲାଗ୍ ମାର୍ଚ୍ଚ ପରେ ଘରୁ ପଦାକୁ ବାହାରିକୁବାକୁ ଦମ୍ଭ ଜୁଟାଇଛନ୍ତି ସହର ବାସିନ୍ଦା । ଦଙ୍ଗାରେ ଘରଦ୍ୱାର ଛାଡ଼ି ପଳାଇଥିବା ଅନେକ ଲୋକ ବି ଘରକୁ ଫେରି ଉୁଜଡ଼ା ସମ୍ପତ୍ତିକୁ ସଜାଡ଼ିବା ଆରମ୍ଭ କରିଛନ୍ତି ପ୍ରୟାସ। ଏପଟେ ହିଂସାରେ ଉଜୁଡ଼ି ଯାଇଥିବା ଘରଦ୍ୱାର, ରାସ୍ତାଘାଟ, ବିଜୁଳି ଭିତ୍ତିଭୂମି ସଜାଡ଼ିବାକୁ ପ୍ରଶାସନ ପକ୍ଷରୁ ବି ଆରମ୍ଭ ହୋଇଛି ଜୋରସୋର ଉଦ୍ୟମ।

ଦିଲ୍ଲୀ ସିଏଏ ବିରୋଧୀ ହିଂସାରେ ମୃତ୍ୟୁ ସଂଖ୍ୟା ଆଜି ସୁଦ୍ଧା ୪୨କୁ ବୃଦ୍ଧି ପାଇଥିବା ବେଳେ ପ୍ରାୟ ୨ ଶହରୁ ଅଧିକ ଆହତ ଏବେ ବି ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏପଟେ ଏଭଳି ସମୟରେ ଘୃଣ୍ୟ ଭାଷଣ ଦେଉଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବାକୁ ହେଲପ୍ ଲାଇନ ଜାରି କରିଛନ୍ତି ଦିଲ୍ଲୀ ସରକାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ