Twins Photograph: (OTV)
JEE ମେନରେ କମାଲ୍ କଲେ ଓଡ଼ିଶାର ଯାଆଁଳା ଭାଇ। ଭୁବନେଶ୍ୱରର ମହରୁଫ୍ ଅହମ୍ମଦ ଖାନ ଓ ମସରୁର୍ ଅହମ୍ମଦ ଖାନ୍ ସଫଳତା ଅର୍ଜନ କରିଛନ୍ତି। ଏକା ସଙ୍ଗେ ଗୋଟିଏ ସିଫ୍ଟରେ ପରୀକ୍ଷା ଦେଇ ସମାନ ନମ୍ବର ରଖିଛନ୍ତି ଦୁଇ ଭାଇ। ୩୦୦ରୁ ଉଭୟେ ୨୮୫ ନମ୍ବର ଲେଖାଏଁ ରଖିଛନ୍ତି।
୯୯.୯୮ ପର୍ସେଣ୍ଟାଇଲ୍ ରଖି ସଫଳତା ହାସଲ କରିଛନ୍ତି ମହରୁଫ ଅହମ୍ମଦ ଖାନା ଓ ମସରୁର ଅହମ୍ମଦ ଖାନ। ରାଜସ୍ଥାନ କୋଟାରେ ଏକ ଘରୋଇ କୋଚିଂ ସେଣ୍ଟରରେ ଦୁଇ ଭାଇ କୋଚିଂ ନେଉଥିଲେ। ଆଗକୁ IIT ବମ୍ବେରେ କମ୍ପ୍ୟୁଟର ସାଇନ୍ସ ପଢ଼ି IAS ହେବାକୁ ଇଚ୍ଛା ରଖିଛନ୍ତି।
୭ ମଇ, ୨୦୦୮ ରେ ଜନ୍ମଗ୍ରହଣ କରିଥିବା ଏହି ଦୁଇ ଭାଇ ଗୋଟିଏ ସ୍କୁଲରୁ ପାଠ ପଢିଥିଲେ। ପରେ, ସେମାନେ ଏକାଠି JEE ଆଡଭାନ୍ସଡ୍ ପାସ୍ କରିବାର ସ୍ୱପ୍ନ ଦେଖିଥିଲେ ଏବଂ ଏହାକୁ ପୂରଣ କରିବା ପାଇଁ କୋଟା ଚାଲିଯାଇଥିଲେ।
ମାଆଙ୍କ ବଳିଦାନ ଯୋଗୁଁ ଆଜି ଦୁଇ ଭାଇ ସଫଳତାର ଶିଖର ଚଢିଥିବା କୁହାଯାଉଛି। କାରଣ ମହରୁଫ୍ ଓ ମସରୁର୍ ଙ୍କ ମାଆ ଜୀନତ ବେଗମ ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ। କିନ୍ତୁ ତାଙ୍କ ଦୁଇ ପୁଅଙ୍କ କ୍ୟାରିଅରକୁ ଗୁରୁତ୍ୱ ଦେଇ ପାଠ ପଢାରେ ସହାୟତା କରିବାକୁ ଦୀର୍ଘ ତିନି ବର୍ଷ ହେଲା ସରକାରୀ ଚାକିରି ଛାଡି କୋଟାରେ ରହୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/17/twins-2026-02-17-12-45-39.jpg)