Advertisment

ରାସ୍ତା କଡ଼ରେ ଫଳ ବିକୁଛନ୍ତି ଓଡ଼ିଆ ଆଲ୍‌ବମ୍‌ ଅଭିନେତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଓ ଲକଡାଉନ୍ କଟକଣା ସମସ୍ତଙ୍କ ଜୀବନ ଉପରେ ବେଶ୍ ପ୍ରଭାବ ପକାଇଛି। ରୋଜଗାର ହରାଇ ଅନେକ ଲୋକ ଅଭାବ ଅନଟନରେ ରହିଛନ୍ତି। କଳାକାରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ଟିଭି ସିରିୟଲ୍‌, ଆଲ୍‌ବମ୍‌, ମଞ୍ଚ ନାଟକ ଓ ଷ୍ଟେଜ୍ ଶୋ’ କରିଥିବା ଓଡ଼ିଆ ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ ରିଙ୍କି ଏବେ ରାଜଧାନୀର ରାସ୍ତାକଡ଼ରେ ଫଳ ବିକ୍ରି କରୁଛନ୍ତି। ଫଳ ବେପାର କରି ସେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ୪ […]

ଅଦ୍ୟତନ ହୋଇଛି
ରାସ୍ତା କଡ଼ରେ ଫଳ ବିକୁଛନ୍ତି ଓଡ଼ିଆ ଆଲ୍‌ବମ୍‌ ଅଭିନେତ୍ରୀ

actress

Advertisment

ଭୁବନେଶ୍ୱର: କରୋନା ମହାମାରୀ ଓ ଲକଡାଉନ୍ କଟକଣା ସମସ୍ତଙ୍କ ଜୀବନ ଉପରେ ବେଶ୍ ପ୍ରଭାବ ପକାଇଛି। ରୋଜଗାର ହରାଇ ଅନେକ ଲୋକ ଅଭାବ ଅନଟନରେ ରହିଛନ୍ତି। କଳାକାରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି।

Advertisment

ଟିଭି ସିରିୟଲ୍‌, ଆଲ୍‌ବମ୍‌, ମଞ୍ଚ ନାଟକ ଓ ଷ୍ଟେଜ୍ ଶୋ’ କରିଥିବା ଓଡ଼ିଆ ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ ରିଙ୍କି ଏବେ ରାଜଧାନୀର ରାସ୍ତାକଡ଼ରେ ଫଳ ବିକ୍ରି କରୁଛନ୍ତି। ଫଳ ବେପାର କରି ସେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି।

୪ ମାସରୁ ଅଧିକ ସମୟ ଧରି ଯାତ୍ରା ବନ୍ଦ ଥିବାରୁ ଆୟର ଆଉ କୌଣସି ସ୍ରୋତ ନାହିଁ। ପଳରେ ବାଧ୍ୟ ହୋଇ ଅଭିନେତ୍ରୀ ରିଙ୍କି ରାସ୍ତା କଡ଼ରେ ଫଳ ବିକ୍ରି କରୁଛନ୍ତି। ଯଦିଓ ରୋଜଗାର ପାଇଁ ଫଳ ବିକ୍ରିକୁ ସେ ମାଧ୍ୟମ କରିଛନ୍ତି, ହେଲେ ଭଲ ବେପାର ହେଉ ନ ଥିବା ସେ କହିଛନ୍ତି।

Advertisment

୧୦ ବର୍ଷ ପୂର୍ବେ ପ୍ରିୟ ମ୍ୟୁଜିକ୍‌ ଆଲ୍‌ବମ୍‌-ତୋର ଚକଲେଟ୍ ଖି‌ଆ ବୟସ ଯାଇନି, ପ୍ରେମ କୋଉଠୁ ଶିଖିଲୁରେ ଅଭିନେତା ସୁମନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ରିଙ୍କି। ଖାଲି ଆଲ୍‌ବମ୍‌ ନୁହେଁ ଟିଭି ସିରିୟଲ୍‌ ଓ ମଞ୍ଚରେ ମଧ୍ୟ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ। ହେଲେ ଆଜି ରୋଜଗାରକୁ ନେଇ ସେ ବେଶ୍‌ ଚିନ୍ତିତ।

ଆହୁରି ମଧ୍ୟ ପଢ଼ନ୍ତୁ: ରାସ୍ତା କଡ଼ରେ ପରିବା ବିକ୍ରି କରୁଛନ୍ତି ଅଭିନେତା ଜାଭେଦ୍, ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌

Advertisment
Odia Actress Odia Actress Selling Fruits Odia Actress News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ