Advertisment

ଭୁବନେଶ୍ୱରରେ ପହଞ୍ଚିଲେ ବିଜୟ ମହାନ୍ତି

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ‌ଆମ୍ବୁଲାନ୍ସରେ ଆସି ଆଜି ସକାଳେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟାରେ ହାଇଦ୍ରାବାଦରୁ ବାହାରିଥିଲେ। ଅସୁସ୍ଥତା କାରଣରୁ କିଛି ଦିନ ତଳେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ବିଜୟଙ୍କୁ ଆଣିବାକୁ ଏକ ଆମ୍ବୁଲାନ୍ସ ଭୁବନେଶ୍ୱରରୁ ପଠା ଯାଇଥିଲା। ଦୁଇ ମେଡିକାଲ କର୍ତ୍ତୃପକ୍ଷ କଥା ହେବା […]

author-image
Rajalaxmi Sahoo
ଭୁବନେଶ୍ୱରରେ ପହଞ୍ଚିଲେ ବିଜୟ ମହାନ୍ତି

bijay mohanty

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ‌ଆମ୍ବୁଲାନ୍ସରେ ଆସି ଆଜି ସକାଳେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

Advertisment

ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟାରେ ହାଇଦ୍ରାବାଦରୁ ବାହାରିଥିଲେ। ଅସୁସ୍ଥତା କାରଣରୁ କିଛି ଦିନ ତଳେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ।

ବିଜୟଙ୍କୁ ଆଣିବାକୁ ଏକ ଆମ୍ବୁଲାନ୍ସ ଭୁବନେଶ୍ୱରରୁ ପଠା ଯାଇଥିଲା। ଦୁଇ ମେଡିକାଲ କର୍ତ୍ତୃପକ୍ଷ କଥା ହେବା ପରେ ତାଙ୍କୁ ସଡ଼କ ମାର୍ଗରେ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା।

Advertisment

ବିଜୟ ମହାନ୍ତିଙ୍କୁ ଓଡ଼ିଶା ଆଣିବାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅଭିନେତା ଅଖିଳ ପଟ୍ଟନାୟକ ସହାୟତାର ହାତ ବଢାଇଥିଲେ।

ସୂଚନାଥାଉ କି, ବିଜୟ ମହାନ୍ତି, ହାଇଦ୍ରାବାଦରେ ଥିବାବେଳେ ମେ’ ୨୬ ତାରିଖରେ ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ଯାଇଥିବାବେଳେ ହୃଦଘାତ୍‌ ହୋଇଥିଲା। ସେବେଠୁ ସେ ଚିକିତ୍ସିତ ହେଉଥିଲେ।

Odia Actor Bijay Mohanty Odia Actor Bijay Mohanty Health Condition Latest Bhubaneswar News
Advertisment
Advertisment