/odishatv-khabar/media/post_attachments/uploadimage/library/16_9/16_9_0/2-20_1625063763.jpg)
2
ଭୁବନେଶ୍ୱର: ଡିସେମ୍ବର ୧୪ରୁ ଓଡ଼ିଶା କ୍ରିକେଟ୍ ଲିଗ୍ (OCL) ଟି-ଟ୍ୱେଣ୍ଟି ଆରମ୍ଭ କରିବା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ଯୋଜନା କରୁଛି। TCM ସହଯୋଗରେ OCA ଏହି କ୍ରିକେଟ୍ ଲିଗ୍ (OCL) ଆୟୋଜନ କରିବ।
Advertisment
୬ଟି ଟିମ୍ରେ ୮୪ ଜଣ ଖେଳାଳିଙ୍କୁ ନେଇ OCL ଟି-ଟ୍ୱେଣ୍ଟି ଖେଳାଯିବ। ଏଥିପାଇଁ ଖେଳାଳି ଚୟନ ପ୍ରକ୍ରିୟା ଡିସେମ୍ବର ୫ରୁ ଆରମ୍ଭ ହେବ।
ଡିସେମ୍ବର ୫ରୁ ୧୬୮ ଜଣ ଖେଳାଳିଙ୍କୁ ନେଇ ଟ୍ରାଏଲ୍ ମ୍ୟାଚ୍ ଆରମ୍ଭ କରାଯିବ। ଟ୍ରାଏଲ୍ ମ୍ୟାଚ୍ ଲାଗି ଭିଜିଅନ୍ ୨୦୨୪ ଓ BCCI ମ୍ୟାଚ୍ରୁ ଖେଳାଳି ବଛାଯିବେ। ଟ୍ରାଏଲ୍ ମ୍ୟାଚ୍ରେ OCL ଟି-ଟ୍ୱେଣ୍ଟି ପାଇଁ ୮୪ ଖେଳାଳି ବଛାଯିବ।
Advertisment
ସରକାରଙ୍କ ଅନୁମତି ମିଳିଲେ କୋଭିଡ୍ ଗାଇଡ୍ ଲାଇନ୍ରେ OCL ଆୟୋଜନ ହେବ। ବାରବାଟୀ ଷ୍ଟାଡିୟମ୍ର ଫ୍ଲଡ୍ ଲାଇଟ୍ରେ ଏହି ଲିଗ୍ ଖେଳାଯିବ। ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍ର ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)