Advertisment

କ୍ରମାଗତ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ: ଆସିଥିଲେ ଭଉଣୀ ଗୀତା, ଭାଇ ପ୍ରେମ୍‌

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନୂଆ ଇତିହାସ। ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ ।ରାଜଧାନୀର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୧ ଜଣିଆ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମ ଥର ଲାଗି ରାଜଭବନ ବାହାରେ ଅନୁଷ୍ଠିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଯାହାଙ୍କ ମଧ୍ୟରେ ଥିଲେ ନବୀନଙ୍କ ଭଉଣୀ ଗୀତା […]

କ୍ରମାଗତ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ: ଆସିଥିଲେ ଭଉଣୀ ଗୀତା, ଭାଇ ପ୍ରେମ୍‌

nv1

Advertisment

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନୂଆ ଇତିହାସ। ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ ।ରାଜଧାନୀର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୧ ଜଣିଆ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମ ଥର ଲାଗି ରାଜଭବନ ବାହାରେ ଅନୁଷ୍ଠିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଯାହାଙ୍କ ମଧ୍ୟରେ ଥିଲେ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା ଓ ଭାଇ ପ୍ରେମ ପଟ୍ଟନାୟକ।

Advertisment

ଇଶ୍ୱରଙ୍କ ନାଁରେ ଶପଥ ନେଇ ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସରକାରର ପଞ୍ଚମ ପାଳି ଆରମ୍ଭ କରିଛନ୍ତି ନବୀନ। ସମ୍ବିଧାନର ବିଧି ମୁତାବକ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ନବୀନଙ୍କୁ ଛାଡି ୧୧ ଜଣ କ୍ୟାବିନେଟ୍ ଓ ୯ ଜଣ ରାଷ୍ଟ୍ର ମନ୍ତ୍ରୀ ନେଇଛନ୍ତି ଶପଥ। କ୍ୟାବିନେଟ୍ ମନ୍ତ୍ରୀ ଭାବେ ସର୍ବ ପ୍ରଥମେ ଶପଥ ନେଇଥିଲେ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ। ଏହା ପରେ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ସୁଶାନ୍ତ ସିଂ ଓ ନବ ଦାସ। ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପଦ୍ମିନୀ ଦିଆନ, ଅଶୋକ ପଣ୍ଡା, ସମୀର ଦାଶ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା ଓ ଜଗନ୍ନାଥ ସାରକା। ନୂଆ ମନ୍ତ୍ରୀମାନେ ଇଂରାଜୀ ଓ ଓଡ଼ିଆରେ ଶପଥ ନେଇଥିବା ବେଳେ ସୁଦାମ ମାରାଣ୍ଡି ସାନ୍ତାଳି ଭାଷାରେ ଶପଥ ପାଠ କରିଥିଲେ।

ରାଜଭବନ ଚାରିକାନ୍ଥ ଭିତର ଛାଡ଼ି ଏଥର ଲୋକଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଉତ୍ସବରେ ସାମିଲ ହୋଇଥିଲେ ବହୁ ନିମନ୍ତ୍ରିତ ଅତିଥି । ଯାହାଙ୍କ ମଧ୍ୟରେ ଥିଲେ ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ବିଧାୟକ ଓ ସାଂସଦ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ କଂଗ୍ରେସ ବିଧାୟକମାନଙ୍କୁ ବି ଦେଖିବାକୁ ମିଳିଥିଲା ଏଠାରେ।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ