y7
ବାଲେଶ୍ୱର: ବାଲେଶ୍ୱରର ଫକୀରମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନର୍ସମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଫଳରେ ୪ ଘଣ୍ଟା ଧରି ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି ରୋଗୀସେବା ।
ଜଣେ ପ୍ରସୂତୀଙ୍କୁ ନର୍ସ ଜଣଙ୍କ ଟଙ୍କା ମାଗିବାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା । ଅଭିଯୋଗ ଅନୁସାରେ, ପ୍ରସବ ପରେ ଷ୍ଟାଫ ନର୍ସ ଜଣଙ୍କ ହଜାରେ ଟଙ୍କା ମାଗିଥିଲେ। ରୋଗୀଙ୍କ ସଂପର୍କୀୟା ୩୦୦ ଟଙ୍କା ଦେବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ନର୍ସ ଜଣଙ୍କ ତାଙ୍କୁ ଓ୍ୱାର୍ଡ ଭିତରେ ମାଡ ମାରିଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।
ଏହି ଘଟଣାକୁ କେନ୍ଦ୍ରକରି ମେଡିକାଲ ପରିସରରେ ବେଶ କିଛି ସମୟ ଧରି ଷ୍ଟାଫ୍ ନର୍ସଙ୍କୁ କିଛି ମହିଳା ଓ ପୁରୁଷ ଘେରିଯିବା ସହ ଠେଲାପେଲା କରିଥିଲେ । ଏହି ଘଟଣାକୁ ନେଇ ରୋଗୀଙ୍କ ପରିବାର ପକ୍ଷରୁ ମେଡିକାଲ ଫାଣ୍ଡିରେ ନର୍ସଙ୍କ ନାଁରେ ଅଭିଯୋଗ କରାଯାଇଛି । ସେପଟେ ପ୍ରସୂତିଙ୍କ ସମ୍ପର୍କୀୟ ମାଡ ମାରିଥିବା ନର୍ସମାନେ ଅଭିଯୋଗ କରିଛନ୍ତି।
ଏହାକୁ ନେଇ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ । ତେବେ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ । ଘଟଣାରେ ପୋଲିସ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/y7_1626849172.jpg)