coronavirus
ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୩୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୯୨୪୭୭ ପହଞ୍ଚିଛି। ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୬, କଟକରୁ ୯୯, ବଲାଙ୍ଗିର ୮୬ ଓ କେନ୍ଦ୍ରାପଡ଼ାରୁ ୭୬ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ବରଗଡ଼ରୁ ୭୧, ନୂଆପଡ଼ାରୁ ୭୦, ପୁରୀରୁ ୬୩, ଜଗତସିଂହପୁରରୁ ୫୬, କେଉଁଝରରୁ ଓ ମୟୂରଭଞ୍ଜରୁ ୫୫ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି।
ବାଲେଶ୍ୱରରୁ ୪୫, ଯାଜପୁର ୪୩, ଝାରସୁଗୁଡ଼ା ୪୧, ସମ୍ବଲପୁର ୩୩, ନବରଙ୍ଗପୁର ୩୧, ଭଦ୍ରକ ୩୦ ଓ ଅନୁଗୁଳର ୨୮ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, କଳାହଣ୍ଡିରୁ ୨୭, ଗଞ୍ଜାମରୁ ୨୫, କନ୍ଧମାଳ, କୋରାପଟୁ ଓ ମାଲକାନଗିରିରୁ ୨୧ ଲେଖାଏ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳ ୨୦, ସୋନପୁର ୧୯, ନୟାଗଡ଼ ୯ ଓ ଦେଓଗଡ଼ରୁ ୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୫ ସୁସ୍ଥ ହୋଇଥିବା ବେଳେ ଷ୍ଟେଟ୍ ପୁଲ ସୁସ୍ଥ ସଂଖ୍ୟା ୧୭ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus-6_1625125158.jpg)