Nonveg Ban Photograph: (OTV)
ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ନିଷେଧ କେତେ ଠିକ୍। ଆସନ୍ତାକାଲି ଆମିଷ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି କରି ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟ ଜିଲ୍ଲାପାଳ। ପ୍ରଶାସନର ଏହି କଟକଣାକୁ ନେଇ ସବୁଠି ଚର୍ଚ୍ଚା, ଆଲୋଚନା ହେଉଛି।
ପ୍ରଶ୍ନ ଉଠୁଛି, କାହିଁକି ଜାନୁଆରୀ ୨୬ରେ ଆମିଷ ବନ୍ଦ ନିଷ୍ପତ୍ତି ? କେଉଁ ଆଧାରରେ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଲେ ? କେଉଁ ଉଦ୍ଦେଶ୍ୟରେ ଏଭଳି ଚିଠି ଜାରି କଲେ କଲେକ୍ଟର ? ସାଧାରଣତନ୍ତ୍ର ଦିବସ ଓ ଆମିଷ ବନ୍ଦ ମଧ୍ୟରେ କଣ ରହିଛି ସମ୍ପର୍କ ? ପ୍ରଶାସନିକ ସ୍ତରରେ ନନଭେଜ୍ ବିକ୍ରି ବନ୍ଦ ନିର୍ଦ୍ଦେଶ କେତେ ଯୁକ୍ତିଯୁକ୍ତ ?
ଏଭଳି ତତମା ଚର୍ଚ୍ଚା ଆଲୋଚନା ଭିତରେ କେହି କେହି ନିଷ୍ପତ୍ତିକୁ ସ୍ବାଗତ କରୁଥିବାବେଳେ ଅନେକ ପ୍ରଶ୍ନ ବି ଉଠାଇଛନ୍ତି। ସାଧାରଣତନ୍ତ୍ର ଦିବସରେ ସାରା ଜିଲ୍ଲାରେ ଆମିଷ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ।
ଅଣ୍ଡା, ମାଛ, ଚିକେନ୍, ମଟନ୍ ଏବଂ ଅନ୍ୟାନ୍ୟ ଆମିଷ ଜାତୀୟ ଖାଦ୍ୟ ବିକ୍ରି ଉପରେ ରୋକ୍ ଲାଗିବ। କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ତହସିଲଦାର, ବିଡିଓ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ପ୍ରଥମ ଥର ପାଇଁ ଏଭଳି ଏକ ନିୟମକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି ।
କୋରାପୁଟ ଜିଲ୍ଲାପାଳଙ୍କ ଅଜବ ନିୟମକୁ ନେଇ ଚର୍ଚ୍ଚା
ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ନିଷେଧ କେତେ ଠିକ୍ ?
କୋରାପୁଟ ଜିଲ୍ଲାରେ ମଟନ୍, ଚିକେନ୍, ମାଛ ଆଦି ଆମିଷ ଦ୍ରବ୍ୟକୁ ନା
କାହିଁକି ଜାନୁଆରୀ ୨୬ରେ ଆମିଷ ବନ୍ଦ ନିଷ୍ପତ୍ତି ?
କେଉଁ ଆଧାରରେ କୋରାପୁଟ ଜିଲ୍ଲାପାଳଙ୍କ ନିଷ୍ପତ୍ତି, ବଢ଼ିଲା ଚର୍ଚ୍ଚା
ସାଧାରଣତନ୍ତ୍ର ଦିବସ ଓ ଆମିଷ ବନ୍ଦ ମଧ୍ୟରେ କଣ ସମ୍ପର୍କ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/25/nonveg-ban-2026-01-25-10-49-58.jpg)