road
କନ୍ଧମାଳ: ରାସ୍ତା ନିର୍ମାଣ ନ ହେଲେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଚାହାଳି ପଞ୍ଚାୟତବାସୀ।
ପଞ୍ଚାୟତର ସମିତି ସଭ୍ୟାଙ୍କ ସମେତ ୬୦ ଜଣ ମହିଳା ଏ ବାବଦରେ ଲିଖିତ ଭାବେ କନ୍ଧମାଳ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।
ଖବର ଅନୁସାରେ, ଚକାପାଦଠାରୁ ନିଧିଆବେରଣା ଗାଁ ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର୍ ରାସ୍ତା ଅତ୍ୟନ୍ତ ଖରାପ ହୋଇପଡ଼ିଛି।
ଭଲ ରାସ୍ତ ଟିଏ ନ ଥିବାରୁ ଚାହାଳି ପଞ୍ଚୟାତ ଉପରେ ନିର୍ଭରଶୀଳ ୮ଟି ୱାର୍ଡର ବାସିନ୍ଦା ଯିବା ଆସିବାରେ ନାନା ହଇରାଣ ହେଉଛନ୍ତି। ତେଣୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି।
ଯଦି ରାସ୍ତା ନ ହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବା ସହ ଭୋଟ୍ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/road-4_1626764514.jpg)