Advertisment

ବଡ଼ଦାଣ୍ଡରେ ଗଡ଼ିବନି ରଥ: ହାତ ଟେକିଦେଲେ କି ରାଜ୍ୟ ସରକାର ?

ପୁରୀ: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି। ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ […]

author-image
Rajalaxmi Sahoo
ବଡ଼ଦାଣ୍ଡରେ ଗଡ଼ିବନି ରଥ: ହାତ ଟେକିଦେଲେ କି ରାଜ୍ୟ ସରକାର ?

ratha yatra

ପୁରୀ: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

Advertisment

ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି। ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହିତ ଓଡ଼ିଶାର କୌଣସି ସ୍ଥାନରେ ବି ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ ହରିଶ ସାଲଭେ ଲଢ଼ୁଥିଲେ। ଆଜି ମାମଲାର ଶୁଣାଣି ବେଳେ ହରିଶ ସାଲଭେ କ’ଣ ଯୁକ୍ତି ରଖିଥିଲେ, ସେନେଇ ଜଣେ ପକ୍ଷଙ୍କ ପାଇଁ ଲଢ଼ୁଥିବା ଓକିଲ ହିତେନ୍ଦ୍ର ରଥ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

Advertisment

ଗହଳି ହେଲେ କରୋନା ବ୍ୟାପିବାର ଆଶଙ୍କା ରହିଛି। ଏପରିକି ଆଇନଶୃଙ୍ଖଳା ସ୍ଥିତି ମଧ୍ୟ ଉପୁଜିପାରେ ବୋଲି ହରିଶ ସାଲ୍‌ଭେ କହିଥିବା ହିତେନ୍ଦ୍ର ରଥ ସୂଚନା ଦେଇଛନ୍ତି।

ତେବେ ହାତୀ କିମ୍ବା ମେସିନ୍‌ ଦ୍ୱାରା ରଥ ଟଣା କଥା ହରିଶ ସାଲ୍‌ଭେ ଆଦୌ କହିନଥିଲେ। ଏପରିକି ସେ ( ହରିଶ ସାଲ୍‌ଭେ) ରଥା ଟଣା ବିକଳ୍ପ ବିଷୟରେ ମଧ୍ୟ କହିନଥିଲେ ବୋଲି ହିତେନ୍ଦ୍ର ରଥ କହିଛନ୍ତି।

ପରମ୍ପରାକୁ ରକ୍ଷା କରି ରଥଯାତ୍ରା ହେବବୋଲି ସମସ୍ତେ ଆଶା ରଖିଥିଲେ। ସେଥିପାଇଁ ରଥ ତିଆରି କାମ ମଧ୍ୟ ଆଗେଇ ଚାଲିଥିଲା। ହେଲେ ସାଲଭେଙ୍କ ନୀରବତା ଯୋଗୁ ଏହି ଆଶା ମଉଳି ଯାଇଛି। ଏହି ମାମଲାରେ ରାଜ୍ୟ ସରକାର ମଧ୍ୟ ହାତ ଟେକି ଦେଇଥିବା ନେଇ ଚର୍ଚ୍ଚା ହେଉଛି।

ଆହୁରି ମଧ୍ୟ ପଢ଼ନ୍ତୁ:ରଥଯାତ୍ରା ବନ୍ଦ କରିବା ଅର୍ଥ କଳଙ୍କମୟ ଇତିହାସ

Rath Yatra Puri Rath Yatra 2020 Puri Rath Yatra 2020 Update Puri Rath Yatra News In Odia ପୁରୀ ରଥଯାତ୍ରା Puri Rath Yatra News Ratha Yatra Cancel In Odisha
Advertisment
Advertisment